ଦୁଃଖରେ ଗଞ୍ଜାମ ଜିଲ୍ଲା ବୁଣାକାର

0

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ମଣିଷ ବଞ୍ଚିବା ପାଇଁ ଆବଶ୍ୟକ ଖାଦ୍ୟ ,ବାସ ଗୃହ ଏବଂ ପିନ୍ଧିବା ପାଇଁ ବସ୍ତ୍ର । ଆପଣ କେବେ ଭାବିଛନ୍ତି କି ଗୋଟିଏ ବୁଣା କିପରି ଭାବେ ବସ୍ତ୍ର ତିଆରି କରେ । ବୁଣାକାର ଦୁଃଖ କହିଲେ ନସରେ । ଏହି ବୁଣାକାର ମାନେ ବସବାସ କରନ୍ତି ହିଂଜିଳି ବ୍ଲକର କଣ୍ଟେଇ କୋଳି ଗ୍ରାମରେ । ଏହି ଗ୍ରାମର ପ୍ରାୟ ଦୁଇ ଶହରୁ ଅଧିକ ପରିବାର ପୂର୍ବ ପୁରୁଷରୁ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର କଥା ତାଙ୍କର ପାଇଁ କୌଣସି ସରକାରୀ ସାହାଯ୍ୟ ପହଁଚି ନାହିଁ ଯାହା ଫଳରେ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ନିଜର କଷ୍ଟ ଅର୍ଜନ କରିଥିବା କପଡାକୁ । ତାଙ୍କର ଜୀବନ ବିତୁଛି ଠକ ଠକ ଶବ୍ଦରେ । ସେ କହିଛନ୍ତି ୧୨ ରୁ ୧୪ ଘଂଟା କଷ୍ଟ କରିବାକୁ ପଡୁଛି । ହେଲେ ବିକ୍ରି କରୁଛୁ ମାତ୍ର ୨୫୦ ଟଙ୍କାରେ ଆଉ କିଛି ପରିବାର କହିଛନ୍ତି ୨୪ ଘଂଟା କାମ କରୁଛୁ କିନ୍ତୁ ଲାଭ ନାହିଁ କାହିଁକି ନା ଆମେ କଞ୍ଚା ମାଲ ଅଧିକ ଦରରେ ଆଣିଛୁ । ସରକାର ଯଦି ଆମ୍ଭମାନଙ୍କ ପାଇଁ କିଛି ସମବାୟ ସମିତି ପରି କିଛି ଖୋଲାହୁଅନ୍ତା ତ କିଛି ଲାଭ ପାଇଁ ଆମର କଷ୍ଟ ଦୂର ହୋଇଥାନ୍ତା କିନ୍ତୁ ସରକାର ଦୁଃଖ ବୁଝୁ ନାହାନ୍ତି । ଏନେଇ ସ୍ଥାନୀୟ ସମବାୟ ସମିତି ସମ୍ପାଦକ ପଚରିବାରୁ ସେ କହିଛନ୍ତି ୧୯୭୧ ମସିହାରୁ ମୁଁ କାମ କରିଥିବା ବେଳେ ମୋ ପରେ ଏହାକୁ ବନ୍ଦ କରିଦିଆଯାଇଛି ।