ଗଞ୍ଜାମ ଜିଲ୍ଲାର ଏକ ଉତ୍ସବ ରୁପେ ବେଶ ପରିଚିତ ଚୈତ୍ର ମାସ ଦଣ୍ଡନାଚ । ପବିତ୍ର ଚୈତ୍ର ମାସର ଏହି ଦଣ୍ଡନାଚ ସାରା ଜିଲ୍ଲାରେ ଏକ ବଡ ପର୍ବ ରୁପେ ପାଳିତ ହୋଇଆସିଛି । ଏହି ଦଣ୍ଡନୃତ୍ୟ ବର୍ତମାନ ରାଜ୍ୟର ୧୪ଟି ଜିଲ୍ଲାକୁ ବ୍ୟାପୀବାରେ ଲାଗିଛି । ମାନସିକ ଦଣ୍ଡ ଧାରୀ ଭକ୍ତ ମାନେ ନିଜ ଗୃହ ପରିତ୍ୟାଗ କରି ଦିର୍ଘ ୧୩ ଦିନ ବ୍ୟାପି ଏହି ଉତ୍ସବରେ ଯୋଗ ଦେଇଥାନ୍ତି ।
ନିକଟ ଅଚଂଳର ଦଣ୍ଡ ମନ୍ଦିରକୁ ଯାଇ ସକଂଳ୍ପ ସହ ପଇତା ଧାରଣ କରିଥାନ୍ତି । ମା ଦଣ୍ଡକାଳିଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ମାଙ୍କୁ ଧାରଣ କରିଥାନ୍ତି । ସେହିଭଳି ଚମ୍ପାବର, ଅଗ୍ନିଦଣ୍ଡ, ଝୁଣା ହାଣ୍ଡି, ପତାକା, ମୟୁର ପିଛଂ ଧରି ଢୋଲ ଘଟଂ ବାଦ୍ୟର ତାଳେତାଳ ଦେଇ ଖାଲି ପାଦରେ ଗ୍ରାମକୁ ଗ୍ରାମ ପରିକ୍ରମା କରିଥାନ୍ତି । ମାନସିକ ଧାରୀଙ୍କ ଦୁଆର ମୁହଁରେ ମାଙ୍କୁ ସ୍ଥାପନ କରି ଧୁଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସଂଧ୍ୟା ଆଳତୀ, ଭୋଗ ପରେ ରାତ୍ରୀରେ ବିଭିନ୍ନ ପୈାରାଣିକ ଓ ସାମାଜିକ ନାଟକ ପରିବେଷଣ କରିଥାନ୍ତି ।