ଗଞ୍ଜେଇ ଚାଲଣ କରିବାର ନୂଆ ଉପାୟ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଗଞ୍ଜେଇ ଚାଲଣା କରୁଥିବା ବ୍ୟକ୍ତିଙ୍କ ନୂଆ ଉପାୟ । ଏବେ ଚକୋଲେଟ ଜରି ଭିତରେ ମଧ୍ୟ ଚୋରା ଚାଲଣ ହେଉଛି ଗଞ୍ଜେଇ । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଆଜି ଏକ ଗଞ୍ଜେଇ ଚାଲଣକାରୀ ଦଳ ପୋଲିସ ହାତରେ ଧରା ପଡିଛନ୍ତି । ସୂଚନା ଅନୁସାରେ ଆଜି ଅଭିଯୁକ୍ତମାନେ କିଟକାଟ ଜରି ପରି କେତେକ ପ୍ୟାକେଟରେ ୫୬ କିଲୋ ଗଞ୍ଜେଇ ଚାଲଣ ହେଉଥିଲା । କୌଣସି କାରଣରୁ ପୋଲିସକୁ ଏନେଇ ସୂଚନା ମିଳିବାରୁ ପୋଲିସ ଚଢାଉ କରିଥିଲା । ଏହାସହ ଏହି ଘଟଣା ପଛରେ ଆଉ କିଏ ଅଛନ୍ତି କି ନାହି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ । ଆଗରୁ ବହୁ ଉପାୟରେ ଗଞ୍ଜେଇ ଚାଲଣ ଧରା ପଡିଥିବା ବେଳେ ଏହିଭଳି ଚକେଲେଟ ଜରିରେ ଗଞ୍ଜେଇ ଚାଲଣା କରିବା ଏକ ନୂଆ ଉପାୟ ଚାଲଣକାରୀଙ୍କ ପାଇଁ ବୋଲି ଜଣାପଡିଛି ।