୨୮ କିଲୋ ଗଞ୍ଜେଇ ଜବତ

0

(ବନବାସୀ ପ୍ରଧାନ / କନ୍ଧମାଳ): କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରୁ ଚୋରାଚାଲାଣ ବେଳେ ଧରାପଡିଲା ଗଞ୍ଜେଇ । ଏକ ଖେଳଣା ବନ୍ଧୁକ ସହ ୨୮ କେଜି ସହ ଜଣକୁ ଗିରଫ କରିଛି ଗୋଛପଡା ପୋଲିସ ।
ବିଶେଷ ସୂତ୍ରରୁ ଖବର ପାଇ ବାଲନ୍ଦାପଡାର ବୁନ୍ଧୁଲି ଛକ ନିକଟରେ ଏକ ମହିନ୍ଦ୍ରା ଭେରୀଟୋ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡିରୁ ଗଞ୍ଜେଇ, ଲକ୍ଷାଧିକ ନଗଦ ଟଙ୍କା ଏବଂ ଏକ ଖେଳଣା ବନ୍ଧୁକ ବାହାରିଥିଲା । ଏକ ଖେଳଣା ବନ୍ଧୁକ ସହ ୨୮ କେଜି ଗଞ୍ଜେଇ ସହ ନଗଦ ୩ ଲକ୍ଷ ୪୨ ହଜାର ଟଙ୍କା,୩ଟି ଏଟିଏମ କାର୍ଡ, ଗୋଟିଏ କାରକୁ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ଗୋଛାପଡା ଥାନା ବାଘଡଙ୍ଗରି ଅଞ୍ଚଳର ଦୁଃଖୀଶ୍ୟାମ ଦିଗାଲ ବୋଲି ସଦର ଥାନା ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି ।