(ଦୀପକ ମିଶ୍ର/ଉଦଳା): ଭିଜିଲାନ୍ସ ଜାଲରେ ଜଣେ କୋଟିପତି ମାଳୀ । ଜଣେ ମାଳୀ ବା ଗାର୍ଡେନରଙ୍କ ସମ୍ପତି କୋଟି କୋଟି ଟଙ୍କା । ମୟୂରଭଞ୍ଜ ଖୁଣ୍ଟା ଉଦ୍ୟାନ ବିଭାଗ ମାଳୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢାଉ କରିଛି।
ସୂଚନାନୁସାରେ, ମୟୂରଭଞ୍ଜ ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ୟ୍ୟରତ ମାଳୀ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢାଉ କରିଛି. ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି. ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ଼ କରିଛି। ଆଜି ଭୋରୁ ଭିଜିଲାନ୍ସର ଟିମ ଉଦ୍ଧବ ବେହେରାଙ୍କ ନୁଦଡିହାସ୍ଥିତ ଶ୍ୱଶୁରଘର, କପ୍ତିପଦାରେ ଥିବା ଫାର୍ମ ହାଉସ, ଉଦଳା ବନବିଭାଗ କାର୍ୟ୍ୟାଳୟ, କପ୍ତିପଦା ବ୍ଲକ ବଡାମପଦା ନିଜସ୍ୱ ବାସଭବନରେ ଏହି ଚଢାଉ କରିଛି।
ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ ପକ୍ଷରୁ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସର ଯାଂଚ ଜାରି ରହିଛି। ତେବେ ଯାଂଚ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ମଧ୍ୟ ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡ଼ିଛି। ଉଦ୍ଧବ ବେହେରାଙ୍କ ବଡାମପଦାସ୍ଥିତ ଏକ ବରାଟକାୟ ୩ମହଲା କୋଠାଘରର ମୂଲ୍ୟ ୨କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି। ପରିବାର ନାଁରେ ଥିବା ବ୍ୟାଙ୍କ ବାଲାନ୍ସ, ସୁନାଗହଣା ଓ ଦରକାରୀ ଦସ୍ତାବିଜ ଉପରେ ଯାଂଚ ଜାରି ରହିଛି ।ସେ ଉଦଳାରେ ଚାକିରି କରୁଥିବା ବେଳେ ବିଭିନ୍ନ ଦୁର୍ନିତି ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।