ମହାରାଷ୍ଟ୍ରର ଏକ ସାର କାରଖାନାରୁ ଗ୍ୟାସ ଲିକ ହୋଇ ଗଲା ୩ ଜୀବନ

0

ମହାରାଷ୍ଟ୍ରର : ସାର କାରଖାନାରୁ ଗ୍ୟାସ ଲିକ ହୋଇ ଗଲା ୩ ଜୀବନ । ଏଭଳି ଘଟଣା ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଏକ ସାର କାରଖାନାରେ ଘଟିଛି । ସେଠାରେ ଗ୍ୟାସ୍ ଲିକ୍ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ଏକ ଫର୍ଟିଲାଇଜର ପ୍ଲାଣ୍ଟର ରିଆକ୍ଟରରେ ବିସ୍ଫୋରଣ ପରେ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା । କେହି କିଛି ବୁଝିବା ଆଗରୁ ଅନେକ ଲୋକ ଏହା ସଂସ୍ପର୍ଶରେ ଆସିଯାଇଥିଲେ । ଗ୍ୟାସ୍ ଲିକ୍ ହେତୁ ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ପୋଲିସ ଟିମ୍ ଘଟଣାର ତଦନ୍ତ କରୁଛି । ଗୁରୁତର ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।