ସିରିୟା: ସିରିୟାରେ ସୋମବାର ଗ୍ୟାସ୍ ପାଇପଲାଇନ୍ରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ସକାଳେ ହୋଇଥିବା ଏହି ବିସ୍ଫୋରଣରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ହାତ ଥିବା ସନ୍ଦେହ କରୁଛନ୍ତି ସିରିୟା ସରକାର ଓ ଆମେରିକା ।
ସିରିୟାର ଆଦ୍ ଡୁମାୟାର ଓ ଆଦ୍ରା ମଧ୍ୟ ଦେଇ ଆରବ ଗ୍ୟାସ ପାଇପଲାଇନରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ ସାରା ସିରିୟା ଅନ୍ଧାର ହୋଇଯାଇଥିଲା । ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ସିରିୟା ପେଟ୍ରୋଲିୟମ ମନ୍ତ୍ରୀ ଅଲ୍ଲୀ ଗେହନାନ କହିଛନ୍ତି, ଏହା ଏକ ଆତଙ୍କବାଦୀ ଆକ୍ରମଣ । ତେବେ ଅଧିକ ତଥ୍ୟ ଦେବାକୁ ସେ ମନା କରିଦେଇଛନ୍ତି ।
ସିରିୟାରେ ଅବସ୍ଥାପିତ ଆମେରିକାର ପ୍ରତିନିଧି ଜେମ୍ସ ଜେଫ୍ରି କହିଛନ୍ତି, ଏହା ହେଉଛି ଇସଲାମିକ ଷ୍ଟେଟସର କାର୍ୟ୍ୟ। ଏହା ଉପରେ ନଜର ରଖାଯାଇଛି ।