ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଖୋଲିଲା ଦୁଇଟି ଗେଟ

0

(ଟୁକୁନା ଖରା, ନବରଙ୍ଗପୁର ) : ଇନ୍ଦ୍ରାବତୀ ଜଳ ଭଣ୍ଡାର ରୁ ଖୋଲିଲା ଦୁଇଟି ଗେଟ। ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ଜଳ ଭଣ୍ଡାର ଇନ୍ଦ୍ରାବତୀ ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ହେବାରୁ ଆଜି ଦୁଇଟି ଗେଟ ଖୋଲା ଯାଇଛି।ଜିଲ୍ଲା ପ୍ରଶାସନ ବନ୍ୟା ହେବା ପରିସ୍ଥିତି କୁ ଅନୁଧ୍ୟାନ କରି ପୂର୍ବରୁ ସଜାଗ ହୋଇ ତଳ ମୁଣ୍ଡିଆ ଲୋକଙ୍କୁ ଡାକ ବାଜି ଯନ୍ତ୍ର ଦ୍ଵାରା ସତର୍କ ସୂଚନା ଦେଇ ଗେଟ ଗୁଡ଼ିକ ଖୋଲିଥିବା କହିଛନ୍ତି। ବର୍ତ୍ତମାନ ଦୁଇଟି ଗେଟରୁ ପ୍ରତି ସେକେଣ୍ଡ ରେ ୪୫୦ ଲିଟର ପାଣି ନିଷ୍କାସନ ହେଉଥିବା ବେଳେ ୨୨୦୦ ଲିଟର ପାଣି ଡ୍ୟାମ ଭିତରକୁ ପ୍ରବେଶ କରୁଥିବା ଓଏଚ୍ପିସି ସିସି ଗୋପାଳ ଚନ୍ଦ୍ର ଦାସ କହିଛନ୍ତି।ଅଧିକ ବର୍ଷା ଲାଗି ରହିଲେ ଏହିଭଳି ଭାବେ ଗେଟ ଖୋଲା ରହିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।ସକାଳୁ ସକାଳୁ ଏହାର ସ୍ଥିତି ପରଖିବାକୁ ନବରଙ୍ଗପୁର ଜିଲ୍ଲା ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ, ତହସିଲଦାର ପ୍ରଦୀପ କୁମାର କର ସରକାରୀ ସ୍ତରରୁ ଆସିଥିବା ବେଳେ ଭୁବନେଶ୍ୱର ରୁ ପରିଦର୍ଶନ ପାଇଁ ଆସିଥିବା ଇଆଇସି ଲମ୍ବଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଜଳ ନିଷ୍କାସନ କରିଥିଲେ।ତଳ ମୁଣ୍ଡିଆ ଲୋକଙ୍କୁ ଡ୍ୟାମ ପାଖକୁ ନ ଯିବା ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି।