ମୁମ୍ବାଇ : ଅଦାନୀ ଗ୍ରୁପ ଅନ୍ତର୍ଗତ ବିଭିନ୍ନ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଉଛି । ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଷ୍ଟକ ବଜାରରେ ବିଭିନ୍ନ କମ୍ପାନିର ସେୟାର ମୂଲ୍ୟ କମିବାରେ ଲାଗିଛି । ଆଉ ଯେଉଁଥିପାଇଁ ଗୌତମ ଅଦାନୀଙ୍କ ବ୍ୟକ୍ତିଗତ ସଂପତ୍ତି ପରିମାଣ ବି କମିଯାଇଛି । ଏଥିପାଇଁ ଦିନେ ବିଶ୍ବର ୩ ନମ୍ବର ଧନୀ ହୋଇପାରିଥିବା ଗୌତମ ଏବେ ଧନୀ ତାଲିକାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ବି ନାହାନ୍ତି । ବ୍ଲୁମ୍ବର୍ଗ ବିଲିୟନେର ସୂଚକାଙ୍କ ଅନୁସାରେ ଗତ ୨୬ ଜାନୁଆରିରେ ଗୌତମଙ୍କ ମୋଟ ସମ୍ପତ୍ତିର ପରିମାଣ ଥିଲା ୧୧୩ ବିଲିୟନ ଡଲାର। କିନ୍ତୁ ୩୦ ଜାନୁଆରିରେ ତାହା ୮୪.୪ ବିଲିୟନ ଡଲାରକୁ ଖସିଆସିଛି । ଫଳରେ ୨୬ ତାରିଖରେ ବିଶ୍ବର ୩ ନମ୍ବର ସ୍ଥାନରେ ଥିବା ଅଦାନୀ ଏବେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ବି ନାହାନ୍ତି । ସେ ୧୧ତମ ସ୍ଥାନକୁ ଖସିଆସିଛନ୍ତି । ଏଥିପାଇଁ ଦିନେ ବିଶ୍ବର ୩ ନମ୍ବର ଧନୀ ହୋଇପାରିଥିବା ଗୌତମ ଏବେ ଧନୀ ତାଲିକାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ବି ନାହାନ୍ତି ।