ଅନୁଗୁଳ( ଜ୍ୟୋତିରଞ୍ଜନ ଧର ): ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୁଆ ଷ୍ଟେସନ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ସର୍ବ ଭାରତୀୟ ଗାର୍ଡ ପରିଷଦର ଦ୍ଵିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ତାଳଚେର ରେଲୱେ ଷ୍ଟେସନ ଏଆରଏମ ସୌରଭ କୁମାର ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ରୂପେ ପରିଷଦର କେନ୍ଦ୍ରୀୟ ସଭାପତି ବି.ଆର.ସିଂହ, ଉପସଭାପତି ଅଲିମ ଖାନ, କୋଷାଧକ୍ଷ ଡ଼ି.ବିଶ୍ୱାସ, ଏଆଇଜିସି ଅତିରିକ୍ତ ସମ୍ପାଦକ ସନ୍ତୋଷ ନିଶା ଓ ଛନ୍ଦା ଚରଣ ସଲମା, ଅଜୟ କୁମାର ଦାସ, ଶ୍ୟାମ ସୁନ୍ଦର ଦାସ ଆସିଷ୍ଟାଣ୍ଟ ଜୋନାଲ ସେକ୍ରେଟାରୀ, ସି ବ୍ଲୁ ସି ସଦସ୍ୟ ବି.ଏନ ମହାନ୍ତି, ଉପଶାଖା ସଭାପତି ଟି.ଡ଼ି. ବେହେରା, କୋଡ଼ିନେଟର ସୁରଥ ସିଂହ, ବ୍ରାଞ୍ଚ ସଭାପତି ସୁମନ୍ତ ନାୟକ,ସମ୍ପାଦକ ପି.କେ. ରାୟ, କୋଷାଧକ୍ଷ ପି.ସି. ସାହୁ ଏବଂ ଏସ.ଏସ. ଦାସ ପ୍ରମୁଖ ମଞ୍ଚାସୀନ ହୋଇ ଏକାଧିକ ଦାବୀ ନେଇ ବର୍ଷିଥିଲେ।
ରେଲୱେ ସାଇଡ଼ିଂରେ ଟ୍ରେନ ମ୍ୟାନେଜର ବ୍ରେକଭ୍ୟାନ ଉଛେଦ ନିଷ୍ପତ୍ତି କୁ ଅବିଳମ୍ବେ ପ୍ରତ୍ୟାହାର, ନିୟମିତ ଓଭର ଟାଇମ ପ୍ରଦାନ କରିବା, ଚାକିରୀ କୁ ସ୍ଥାୟୀ କରିବା, ସର୍ବନିମ୍ନ ବେଗ ୧୨୦କିମି, ରାତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କୁ ରାତ୍ରିକାଳୀନ ପ୍ରତ୍ସାହନରାଶି ଅବିଳମ୍ବେ ପ୍ରଦାନ କରିବା, ଦୈନିକ ୧୧ ଘଣ୍ଟା କାମ କରିବାର ସୁଯୋଗ, ଲାଇନ ବକ୍ସ ଉଠେଇ ଦେବା, ସର୍ବନିମ୍ନ ଇନିସିଆଲ ଗ୍ରେଡପେ ୪୨୦୦ ଟଙ୍କା ପ୍ରଦାନ କରିବା ପାଇଁ ପରିଷଦ ର ଏହି ସାଧାରଣ ବୈଠକରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।