ମାପୁଟୋ: ମୋଜାମ୍ବିକରେ ଆତଙ୍କବାଦୀଙ୍କ ନାରକୀୟ କାଣ୍ଡ । ପୁଣି ଆଇଏସ ଆତଙ୍କବାଦୀଙ୍କ ଟାର୍ଗେଟରେ ମୋଜାମ୍ବିକ । ମୋଜିମ୍ବିକର ଏକ ଫୁଟବଲ ପଡିଆରେ ଆଇଏସ ଆତଙ୍କବାଦୀ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ବେକ କାଟିଦେଇଛନ୍ତି । ଏମାନଙ୍କ ମଧ୍ୟରେ ୧୫ରୁ ଅଧିକ ଶିଶୁ ମଧ୍ୟ ରହିଛନ୍ତି । ବେକ କାଟିବା ସହ ଶରୀରକୁ କାଟି ଖଣ୍ଡବଖଣ୍ଡିତ କରିଦେଇଛନ୍ତି ।
ମୋଜାମ୍ବିକର ଏକ ଗ୍ରାମରେ ଏକ ସାମୁହିକ ପୁରୁଷ ଦୀକ୍ଷା ସମାରୋହ ଚାଲିଥିଲା । ଏହି ଦୀକ୍ଷା ଉତ୍ସବରେ ବହୁ ଛାତ୍ର ଯୋଗଦେଇଥିଲେ । ସେହି ସମୟରେ ଆତଙ୍କବାଦୀ ମାନେ ସେଠାରେ ପହଞ୍ଚି ପ୍ରାୟ ୧୫ରୁ ଅଧିକ ଛୋଟଛୋଟ ଛାତ୍ରଙ୍କୁ ଉଠାଇ ନେବା ସହ କିଛି ମହିଳାଙ୍କୁ ନେଇଯାଇଥିଲେ ସେଠାରେ ଥିବା ଏକ ଫୁଟବଲ ପଡିଆକୁ । ଏହାପରେ ସେଠାରେ ସେମାନାଙ୍କୁ ଅତ୍ୟନ୍ତ ନୃଶଂସଭାବେ ଗଳାକାଟି ହତ୍ୟା କରିବା ସହ ସେମାନଙ୍କ ଶରୀରକୁ କାଟି ଦେଇଥିଲେ । ଆତଙ୍କୀ ପ୍ରପୀଡିତ ମୋଜାମ୍ବିକରେ ନିୟମିତ ଭାବରେ ଆଇଏସ ଆତଙ୍କୀ ମାନେ ଏହିପରି ନରସଂହାର କରିଥାନ୍ତି । ନିକଟରେ ଫ୍ରାନ୍ସ ପକ୍ଷରୁ ମୋଜାମ୍ବିକରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ୬୦ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀ ଏପରି ନରସଂହାର ରଚାଇଥିବା କୁହାଯାଉଛି ।
By shila