ଚନ୍ଦ୍ରପୃଷ୍ଠରୁ ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ ୩ । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ।ଏଲଏଚଡିଏ କ୍ୟାମୋରୁ ଏହି ଫଟୋ ଉତୋଳନ କରି ପଠାଇଛି ଲ୍ୟାଣ୍ଡର । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ସ୍ଥାନ ଖୋଜିବା ପାଇଁ ଏହି କ୍ୟାମେରା ସହଯୋଗ କରୁଛି । ଏହି ଫଟୋ ଗୁଡିକ ଜରିଆରେ ଲ୍ୟାଣ୍ଡର କେଉଁ ସ୍ଥାନରେ ଓହ୍ଳାଇବ ତାହା ଚିଂହ୍ନଟ କରାଯିବ । ସୁରକ୍ଷିତ ଲ୍ୟାଣ୍ଡିଂ ନେଇ ଜାଗା ଚିହ୍ନଟ କରାଯିବ ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହି ନୂଆ ଫଟୋ ଗୁଡିକୁ ସେୟାର କରାଯାଇଛି । ଦିନକ ପରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ ୩ । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ । ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଂ ସମୟରେ ପରିବର୍ତନ କରିଛି ଇସ୍ରୋ । ଏହା ପୂର୍ବରୁ ୨୩ତାରିଖ ସନ୍ଧ୍ୟା ୫ଟା ୪୭ ମିନିଟ୍ ଥିଲା ଯାହାକୁ ୧୭ମିନିଟ୍ ବିଳମ୍ବ କରାଯାଇ ୬ଟା ୪ମିନିଟ୍ କରାଯାଇଛି ।