( ଅମର ଦେହୁରୀ): ଗତକାଲି ଘଟଗାଁ ବ୍ଲକରେ ବିଜୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଘଟଗାଁ ବ୍ଲକ ମିଟିଂ ହଲରେ ୨୬ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ହିତାଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ ଚେଆରମ୍ୟାନ ଶ୍ରୀମତୀ ଦୌପଦି ଦଣ୍ଡପ।ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଡ଼ିଓ ତ୍ରିଲୋଚନ ମହାନ୍ତି , ଜିପିଇଓ ଚିତ୍ତରଞ୍ଜନ ନାୟକ ବିଜେଡି ବ୍ଲକ ସଭାପତି ଦୋଳଗୋବିନ୍ଦ ବେହେରା ଯୋଗ ଦେଇଥିଲେ । ବିଡ଼ିଓ ହିତାଧିକାରୀଙ୍କୁ ୨ ମାସ ମଧ୍ୟରେ ଗୃହ ନିର୍ମାଣ ସମାପ୍ତ କରିବା ପାଇଁ କହିଥିଲେ । ଚେଆରମ୍ୟାନ ଦୌପଦି ଦଣ୍ଡପ।ଟ କାର୍ୟ୍ୟାଦେଶ ବଣ୍ଟନ କରିଥିଲେ । ଆଜି ସମୁଦାୟ ୮୫ ଜଣ ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରାଯାଇଥିଲା ।