ମହାକୁମ୍ଭ ସାହି ସ୍ନାନରେ ହୋଇଥିଲେ ଅସୁସ୍ଥ, ଚାଲିଗଲେ ଇନ୍ସପେକ୍ଟର..

0

ମହାକୁମ୍ଭରେ ଆସିଲା ମୃତ୍ୟୁ । ଉତ୍ତରପ୍ରଦେଶ ପ୍ରୟାଗରାଜରେ ଡ୍ୟୁଟି କରୁଥିବା ସମୟରେ ଇନ୍ସପେକ୍ଟରଙ୍କ ଚାଲିଯାଇଛି ଜୀବନ । ମୃତ ଇନ୍ସପେକ୍ଟର ଜଣକ ଗାଜୀପୁର ଜିଲ୍ଲାର ବାସୁକା ଗାଁର ଗହମର ବାସିନ୍ଦା ୪୯ ବର୍ଷିଅ ଅଞ୍ଜାନୀ ରାୟ । ବହରାଇଚ ଜିଲ୍ଲାର ଅତିରିକ୍ତ ଏସପି ଦୁର୍ଗା ପ୍ରସାଦ ତିୱାରୀ ଏହି ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନା ମୁତାବିକ ମହାକୁମ୍ଭରେ ଡ୍ୟୁଟି କରୁଥିବା ବେଳେ ଇନ୍ସପେକ୍ଟର ଅଞ୍ଜନୀ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ହଠାତ୍ ପେଟରେ ଯନ୍ତ୍ରଣା ଅନୁଭବ କରିଲେ, ପରେ ତାଙ୍କୁ ଅପରାହ୍ନ ୧୨ଟାରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବଡ ଭାଇ ପ୍ରଫେସର ବିନୋଦ ରାୟ ଗଣମାଧ୍ୟମ ସହିତ ଏ ସମ୍ପର୍କରେ ସୂଚନା ବାଣ୍ଟିଥିଲେ। ସେ କହିଛନ୍ତି ଯେ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନାହିଁ। ପ୍ରକୃତ କାରଣ ପୋଷ୍ଟମର୍ଟମ ପରେ ଜଣାପଡିବ ।

ଶ୍ରଦ୍ଧାଳୁମାନେ ତ୍ରିବେଣୀ ସଙ୍ଗମକୁ ମୌନୀ ଅମାବାସ୍ୟାରେ ଶାହି ସ୍ନାନ ପାଇଁ ଆସିଥିବା ବେଳେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏହି ଦଳାଚକଟାରେ ୩୦ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ମୃତକଙ୍କ ମଧ୍ୟରେ ଇନ୍ସପେକ୍ଟର ଅଞ୍ଜନୀ କୁମାର ଥିବା ନେଇ ଗୁଜବ ପ୍ରଚାର ହୋଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା କି ଇନ୍ସପେକ୍ଟରଙ୍କ ମୃତ୍ୟୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ହୋଇଥିଲା ।


ଅଞ୍ଜାନୀ ରାୟଙ୍କ ପରିବାର ଗୋରଖପୁରରେ ରୁହନ୍ତି। ତାଙ୍କ ପତ୍ନୀ, ଝିଅ ଏବଂ ଗୋଟିଏ ପୁଅ ବଞ୍ଚିଛନ୍ତି। ପିତା ଉଦୟ ନାରାୟଣ ରାୟ ୨୦୦୭ ରେ ମୃତ୍ୟୁ ବରଣ କରିଥିଲେ। ମାତା ଗୀତା ରାୟ ଏବଂ ପତ୍ନୀ ବିବେ ରାୟ ନିଜ ପିଲାମାନଙ୍କ ସହିତ ଗୋରଖପୁରରେ ରୁହନ୍ତି । ବଡ ଭାଇ ପ୍ରଫେସର ବିନୋଦ ରାୟ କହିଛନ୍ତି ଯେ ଅଞ୍ଜାନୀ ବନ୍ଧୁତ୍ୱପୂର୍ଣ୍ଣ ଅଟନ୍ତି। ତାଙ୍କର ସାହସିକତା ବିଷୟରେ ଅନେକ ଆଲୋଚନା ହୋଇଥିଲା ।