(ବନବାସି ପ୍ରଧାନ/ ବାଲିଗୁଡା): ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହରେ ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁଙ୍କ ସଭାପତିତ୍ୱରେ ଘୁ.ଉଦୟଗିରି ଠାରେ ପ୍ରେସକ୍ଲବର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ସାମ୍ବାଦିକଙ୍କ ପ୍ରସ୍ତାବ କ୍ରମେ ପ୍ରେସ କ୍ଳବ ଗଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ସାମ୍ବାଦିକଙ୍କ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସମୀର କୁମାର ପାଢୀ, ଉପସଭାପତି ଭାବେ ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ବଟକୃଷ୍ଣ ଦାସ, ସହ ସମ୍ପାଦକ ରାମକୃଷ ଚୌଧୁରୀ, କୋଶାଦକ୍ଷ ଗଗନ କୁମାର ପ୍ରଧାନଙ୍କୁ ମୋନନୀତ କରାଗଲା ଓ ଏଥିରେ ଅଗାମୀ ଦିନରେ ଏକ ପ୍ରେସ କ୍ଳବ ଗୃହ ନିର୍ମାଣ,ସମ୍ବାଦିକଙ୍କ ଏକତାପାଈଁ ସଂକଲ୍ପ ନିଆଗଲା ଓ ଏହି ସଭାରେ ସମ୍ବାଦିକ ପ୍ରସନ୍ନ ମିଶ୍ର, ଦେବନାଥ ଦଳବେହେରା, ଅନୀଲ ଦଳବେହେରା, ଜସେଫ ଦିଗଲ ଏବଂ ପ୍ରତାପ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।