ହାଇଦ୍ରାବାଦ : ସାଙ୍ଗ ସାଜିଲା ଶତ୍ରୁ, ଅନ୍ୟ ସାଙ୍ଗ ସହ ମିଶି କଲା ଗଣ ଦୁଷ୍କର୍ମ । ଚାକିରି ପାଇବା ଖୁସିରେ ନିଜ ସାଙ୍ଗକୁ ଜଣାଇବା ସହ ପାର୍ଟି ଦେବାକୁ ଯାଇଥିଲେ ଯୁବତୀ , କିନ୍ତୁ ସାଙ୍ଗ ଖୁସିରେ ସାମିଲ ହେବ କଣ, ପାଲଟିଗଲା ଯøøନ ରାକ୍ଷାସ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ହାଇଦ୍ରାବାଦରେ ।ତେଲାଙ୍ଗାନାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ତାଙ୍କ ପିଲାଦିନର ସାଙ୍ଗ ଓ ତାଙ୍କର ଜଣେ ଅନ୍ୟ ଫ୍ରେଣ୍ଡ୍ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚାକିରି ପାଇବା ଖୁସିରେ ପାର୍ଟି ଦେବାକୁ ଡାକି ଥିବାବେଳେ ସେହି ସାଙ୍ଗମାନେ ହିଁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଯୁବତୀ ଜଣକ କରିଥିବା ଅଭିଯୋଗ ଅନୁସାରେ, ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ତାଙ୍କର ଚାକିରି ହେବା ପରେ ପିଲାଦିନର ସାଙ୍ଗ ଗୌତମ ରେଡ୍ଡୀଙ୍କୁ ପାର୍ଟି ଦେବାକୁ ଡାକିଥିଲେ। ଗୌତମ ଏବଂ ତାଙ୍କର ଅନ୍ୟ ଜଣେ ସାଙ୍ଗ ବନସ୍ତଳୀପୁରମରେ ଥିବା ଏକ ହୋଟେଲକୁ ଯାଇଥିଲେ।ସେଠାରେ ଖାଇବା ପରେ ଗୌତମ ଏବଂ ତାଙ୍କର ଅନ୍ୟ ଜଣେ ସାଙ୍ଗ ମଦ୍ୟପାନ କରିଥିଲେ ଏବଂ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଅଭିଯୋଗ କ୍ରମେ ଗୌତମ ଏବଂ ତାଙ୍କ ସାଙ୍ଗଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ୍।