ଝିଆରୀକୁ ଦୁଷ୍କର୍ମ କଲା ମଉସା

0

(ପ୍ରିୟଦର୍ଶନୀ ସ୍ୱାଇଁ): ବର୍ତ୍ତମାନ ସମାଜରେ ଦେହର ଶୋଷ ଆଗରେ ବଳି ପଡ଼ୁଛି ସମ୍ପର୍କ । ମାନବିକତାର ସବୁ ସୀମା ପାର କରି ପାପ ଅର୍ଜିବାକୁ ପଛାଉ ନାହାନ୍ତି ଦୁଷ୍କର୍ମକାରୀ । ଆମେକଥା କହୁଛୁ ଜୟପାଟଣା ଥାନା ଅଧୀନ ମୁଖିଗୁଡ଼ା ଅଞ୍ଚଳର ଜଣେ ନାବାଳିକା ଦୁଷ୍କର୍ମ ଘଟଣାର କଥା । ପରିବାର ଲୋକେ ଝିଆରୀ ମଉସା ଦ୍ୱାରା ଦୁଷ୍କର୍ମ ହୋଇଥିବା ଜୟପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ମଉସା ଜ୍ୟୋତି ରଞ୍ଜନ ଦାସକୁ(୪୦) ଗିରଫ କରିଛି । ନାବାଳିକାଙ୍କୁ ସିଡ଼ବ୍ଲ୍ୟୁସିରେ ରଖାଯାଇଛି ।
ସୂଚନାନୁଯାୟୀ,ନାବାଳିକାଙ୍କ ବାପା ଓ ମା ଦିଲ୍ଲୀରେ ଚାକିରି କରନ୍ତି । ତେଣୁ ଯୁକ୍ତ୨ ପଢ଼ିବା ପାଇଁ ନିଜ ମାଉସୀ ଘର ପାଖ କଲେଜରେ ଆଡ଼ମିସନ କରିଥିଲେ ପୀଡିତାକୁ । ଗତ ୨୫ତାରିଖରେ ମାଉସୀ ଅନୁପସ୍ଥିତି ଥିଲେ । ଏହାର ଫାଇଦା ନେଇ ମାଉସା ଜଣକ ନାବାଳିକାର ରୁମରେ ପଶି ଦୁଷ୍କର୍ମ କରିଥିବା ସୂଚନା ମିଳିଛି ।