ଛାତ୍ରୀଙ୍କୁ ପ୍ରେମ ଭିକ୍ଷା କରି ଫସିଲେ ଶିକ୍ଷକ

0

ଭୁବନେଶ୍ୱର: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ । ଏପରି ଏକ ଘଟଣା ଘଟିଛି ଭୁବନେଶ୍ୱର ଭରତପୁର ସ୍ଥିତ ଏକ ଶିକ୍ଷାନୁଷ୍ଠାନରେ । ଏନେଇ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଥାନାରେ ଏତଲା ଦେଇଛନ୍ତି । ଶିକ୍ଷକ ଜଣକ ପ୍ରଥମେ ପ୍ରେମ ନିବେଦନ କରି ପାର୍କ ଯିବାକୁ ବାଧ୍ୟ କରିଥିଲେ । ଏହା ସହ ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷା ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ । ଅଭିଯୋଗରେ କହିଛନ୍ତି ଶିକ୍ଷକ ଜଣକ ତାଙ୍କୁ ମାସେ ହେବ ହଇରାଣ କରୁଥିଲେ । ଏପରିକି ଫେଲ କରିବାକୁ ଧମକ ମଧ୍ୟ ଦେଇଛନ୍ତି, ତା ସହ ପ୍ରେମ ଭିକ୍ଷା ମଧ୍ୟ କରିଛନ୍ତି । ବାଟରେ ଅଟକାଇ କହିଛନ୍ତି ଘରେ କେହି ନାହ, ଘରକୁ ଯିବା ପାଇଁ ବାଧ୍ୟ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାର ତଦନ୍ତ କରୁଛି । ତେବେ ଅଭିଯୋଗକୁ ନେଇ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।