ସମ୍ମାନର ସହ ପଦ୍ମଶ୍ରୀ ଗ୍ରହଣ କରିବାକୁ ମନାକଲେ ଗୀତା

0

(ଅନୁସ୍ୱୟା/ଭୁବନେଶ୍ୱର):ଭାରତ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ପଦ୍ମଶ୍ରୀ ସମ୍ମାନକୁ ଗ୍ରହଣ କରିବାକୁ ମନା କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।ତେବେ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବାରୁ ଏହି ସମୟରେ ସମ୍ମାନ ଗ୍ରହଣ କରିବାକୁ ଉଚିତ ମନେ କରିନାହାନ୍ତି ଗୀତା ମେହଟ୍ଟା ।ଏପରିକି ଏହାକୁ ନେଇ ଭୁଲ୍ ବୁଝାମଣା ସୃଷ୍ଟି ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ଏଥିସହ ସସମ୍ମାନେ ସେ ପଦ୍ମଶ୍ରୀ ପୁରସ୍କାରକୁ ଅଗ୍ରାହ୍ୟ କରିଛନ୍ତି ।
ଗୀତା ମେହେଟା(ଆମେରିକା)ଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରବାସୀ ଭାରତୀୟ ଭାବେ ତାଙ୍କୁ ଏହି ସମ୍ମାନ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା।
ଚଳିତ ବର୍ଷ ପଦ୍ମଶ୍ରୀ ତାଲିକାରେ ୩ଜଣ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି.ପ୍ରକାଶ ରାଓ।
ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଗତକାଲି ଘୋଷଣା କରାଯାଇଥିଲା।