ପଞ୍ଚଭୂତରେ ଲୀନ ହେଲେ ଲେଖିକା ଗୀତା ମେହେଟ୍ଟା

0

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଲେଖିକା ଗୀତା ମେହେଟ୍ଟା । ଦିଲ୍ଲୀ ଲୋଦି ରୋଡ୍ ଶ୍ମଶାନ ଘାଟରେ ଗୀତା ମେହେଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କୁ ମୁଖାଗ୍ନି ଦେଇଛନ୍ତି ପୁଅ ଆଦିତ୍ୟ ସିଂ ମେହେଟ୍ଟା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଭଉଣଙ୍କ ଶେଷକୃତ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ମଶାନ ଘାଟରେ ଉପସ୍ଥିତରହିବା ସହ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ଅନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଛନ୍ତି । ସେହିପରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଉପସ୍ଥିତ ଥିବା ବେଳେ ଅନଙ୍ଗ ଉଦୟ ସିଂଦେଓ, ବୈଜୟନ୍ତ ପଣ୍ଡା, ପ୍ରମୁଖ ଉପସ୍ଥିତ ଅଛନ୍ତି । ସାଂସଦ ପିନାକୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ରହି ଲେଖିକା ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ।