ବରୀ/ସତ୍ୟଜିତ ବାରିକ: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆପାଳ ସ୍ଥିତ ବିଧାନ ଚନ୍ଦ୍ର ଏକାଡେମୀର, ଗୀତବାଣୀ ପ୍ରଚାର ସମିତି, ବଇଁଶିରିଆ ଓ ଡାକ୍ତର ଘନଶ୍ୟାମ ବିଶ୍ୱାସ, ସ୍ପର୍ଶ ହସ୍ପିଟାଲ, ବାଣୀବିହାର, ଭୁବନେଶ୍ୱର ମିଳିତ ସହଯୋଗରେ ୧୦୦ ରୁ ଉଦ୍ଧ୍ୱର୍ ଛାତ୍ରୀ ମାନଙ୍କୁ ଏକ ବର୍ଷ ପାଇଁ ୧୨ ପ୍ୟାକେଟ ଲେଖାଏ ସାନିଟାରୀ ପ୍ୟାଡ଼ ବିତରଣ କରାଯାଇଛି । ସ୍ବର୍ଗତ ଜନାର୍ଦ୍ଦନ ସାହୁଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏହି କାର୍ୟ୍ୟକ୍ରମ କରାଯାଇଥିବା କଥା ଗୀତବାଣୀ ପ୍ରଚାର ସମିତିର ସଦସ୍ୟ ଅପୂର୍ବ ରଞ୍ଜନ ସାହୁ ପ୍ରକାସ୍ୟ କରିଛନ୍ତି। ଏହି କାର୍ୟ୍ୟକ୍ରମ ବିଭନ୍ନ ବିଦ୍ୟାଳୟ ମାନଙ୍କରେ ଆଗାମୀ ଦିନରେ ଅନବରତ ଚାଲୁ ରଖିବା ପାଇଁ ଏହି ଅନୁଷ୍ଠାନର ସମ୍ପାଦକ ଅନ୍ନପୂର୍ଣ୍ଣା ସାହୁ ଓ ଡାକ୍ତର ଘନଶ୍ୟାମ ବିଶ୍ୱାସ ପ୍ରକାଶ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୀତାକାନ୍ତ ପଣ୍ଡା, ମାନସୀ ସାହୁ, ବିସିକା ବେହେରା, ଲଷ୍ମୀପ୍ରିୟା ସାହୁ, ଅନୁପ୍ରବା ସେଠି, ବିନ୍ଦୁଶ୍ରୀ ମହାନ୍ତି, ଜୟଶ୍ରୀ ବେହେରା, ପୁଷ୍ପରାଜ ସାମଲ, ସୁରେଶ କୁମାର ସାହୁ, ସମାଜସେବୀ ପ୍ରିୟନାଥ ନାୟକ, ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମରେ ସଯଯୋଗ କରଥିଲେ।