ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ସହରର ବ୍ଲକ ଛକ ବୁଢା ରଜା ଛକ, କଚେରୀ ଛକ, ଏସପି ଅଫିସ ଓ ଜ଼ିଲ୍ଲାପାଳ ଅଫିସ ରୋଡ଼ରେ ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ଗୋ -ସୁରକ୍ଷାର ଦ୍ଵିତୀୟ ଦିନର ମେଗା ଅଭିଯାନ ପ୍ରତିକୂଳ ପାଣିପାଗ ସତ୍ତେ୍ୱ ବି ଚାଲୁ ରହିଥିଲା । ପୌର ଅଧିକାରୀ ଶୁଭ୍ରାଂଶୁ ରୁଟ ଓ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ, ରକ୍ତ ଦାତା ସଂଘ, ଓ ବୁଢା ରଜା ସଂଗଠନର ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଅଭିଯାନ ସନ୍ଧ୍ୟା ୬ ଘଣ୍ଟା ରୁ ରାତି ୯ ଟା ଯାଏ ଜାରି ରହିଥିଲା । ଏହି ଅଭିଯାନକୁ ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଉପଜ଼ିଲ୍ଲାପାଳ ନିହାର ରଞ୍ଜନ କହଁର , ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରମେଶ ଚନ୍ଦ୍ର ପ୍ରଧାନ, ଡାକ୍ତର ସୁନୀଲ ମହାପାତ୍ର, ତହସିଲଦାର ନବୀନ ପାଢୀ, ପୌର ଅଧିକାରୀ ଶୁଭ୍ରାଂଶୁ ରୁଟ, ସୂଚନା ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ ଭୋଇ ଯୋଗ ଦେଇ ପୌର କର୍ମଚାରୀ ଓ ବିଭିନ୍ନ ସ୍ବେଛାସେବୀ ଙ୍କୁ ଉତ୍ସାହିତ କରିଥିଲେ କ୍ଷ ଗତ କାଲି ପ୍ରଥମ ଦିନ ରେ ୩ ଗୋଟି ଗାଈ ଓ ଦ୍ଵିତୀୟ ଦିନ ରେ ୮ ଗୋଟି ବୁଲା ଗାଈ ଗୋରୁ ଙ୍କୁ ଧରା ଯାଇ ସ୍ଥାନୀୟ ପଟାଭାଡ଼ି କୋଲପଡ଼ା ସ୍ଥିତ କାଞ୍ଜି ହାଉସ କେୟାର ସେଣ୍ଟର ରେ ଭର୍ତ୍ତି କରା ଯାଇଛି କ୍ଷ ଦ୍ଵିତୀୟ ଦିବସ ରେ ଗୋ ପ୍ରେମୀ ତଥା ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭୋଇ ନିଜେ ଖୁବ କୌଶଳ କ୍ରମେ ନିଜେ ୫ ଗୋଟି ଗାଈ ଗୋରୁଙ୍କୁ କାବୁ କରି ଏ ଅଭିଯାନ ରେ ଆକର୍ଷଣ ପାଲଟିଥିଲେ । ପୌର ପ୍ରଶାସନ ନିର୍ବାହୀ ଅଧିକାରୀ ରୁଟ, ସୂଚନା ଅଧିକାରୀ ଶିବ ପ୍ରସାଦ ସାହୁ, ନୋଡାଲ ଅଫିସର ଅଜିତ ନାଏକଙ୍କ ତତ୍ୱାବଧାନରେ ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରାଯାଇଥିବା ବେଳେ ବିଶିଷ୍ଟ ସମାଜସେବୀ ଶ୍ରୀବଛ ମଲ୍ଲିକ,ମହିଳା ସ୍ବେଛାସେବୀ ଇନ୍ଦୁ ମତୀ ପୁରୋହିତ, ବଜରଙ୍ଗ ଦଳ, କେଶରୀଆ ହିନ୍ଦୁ ବାହିନୀ, ଆର ଏସ ଏସ, ସ୍ୱଚ୍ଛ ଭାରତ, ରକ୍ତ ଦାତା ସଂଘ ରାମଧୁନ କ୍ଲବ, ଚନ୍ଦ୍ରଶେଖର ପାଠାଗାର,ୟୁଥ ଫର ଏକ୍ସନ, ବୁଢା ରାଜା ୟୁଥ କ୍ଲବ, ସମେତ ସହରର ପ୍ରମୁଖ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ ।