ରାଜନୀତିକୁ ଆସିବେ ମନୋହର ପାରିକରଙ୍କ ପୁଅ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ରହିବା ପରେ ମାର୍ଚ୍ଚ ୧୭ରେ ପରଲୋକ ଗମନ କରିଥିଲେ। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଏବେ ରାଜନୀତିରେ ପ୍ରବେଶ କରିବା ନେଇ ସଂକେତ ଦେଇଛନ୍ତି। ମନୋହରଙ୍କ ବଡ଼ ପୁଅ ଉତ୍ପଳ ପାରିକର ରାଜନୀତିରେ ନୂତନ କ୍ୟାରିୟର କରିପାରନ୍ତି। ପିତା ଯେତେବେଳ ବଂଚିଥିଲେ ଉତ୍ପଳ ରାଜନୀତିରୁ ଦୂରରେ ଥିଲେ। ସ୍ଥାନୀୟ ବିଜେପି ତାଙ୍କୁ ଟିକେଟ ଦେବା ପାଇଁ କହୁଥିବାରୁ ସେ ଏବେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପରିକରଙ୍କ ମୃତ୍ୟୁ ପରେ ତାଙ୍କର ଆସନ ଏବେ ଖାଲି ପଡିଛି। ଯଦି ତାଙ୍କର ପୁଅ ରାଜନୀତିକୁ ଆସନ୍ତି ତା’ହେଲେ ଆଶା କରାଯାଉଛି ଯେ, ପାରିକରଙ୍କ ଆସନରୁ ନିର୍ବାଚନ ଲଢ଼ିବେ।
ମନୋହର ପାରିଙ୍କ ପୁଅ ଏବେ, ପିତାଙ୍କ ଆଭିମୁଖ୍ୟ ଜାରି ରଖିବା ପାଇଁ ନିଜ ପିତାଙ୍କ ଦେଶ ଏବଂ ରାଜ୍ୟ ପ୍ରତି ସମର୍ପଣ ଜାରି ରଖିବା ପାଇଁ ରାଜନୀତିରେ ପ୍ରବେଶ କରିପାରନ୍ତି।
ପାରିକରଙ୍କ ମୃତ୍ୟୁ ପରେ ଗୋଆରେ ଏହା ଅନୁମାନ କରାଯାଉଥିଲା ଯେ, ତାଙ୍କର ପୁଅ ଉତ୍ପଳ ଲୋକସଭା ନିର୍ବାଚନ ଅଥବା ପାଣାଜୀ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଲଢ଼ିପାରନ୍ତି। ପୁଅଙ୍କ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଆମେ ରାଜ୍ୟ ଓ ଦେଶର ସେବା ପାଇଁ ପିତାଙ୍କ ସ୍ୱପ୍ନକୁ ପୂରା କରିବାକୁ ପ୍ରସ୍ତୁତ ଅଛୁ।