ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧିନସ୍ତ କୋଇମେଟଲା ଗ୍ରାମ ପଞ୍ଚାୟତ ରେ ଘଟିଛି ଏଭଳି ଭୟନକ ଘୋଟଣା । ଗତକାଲି ଵିଲୋମ୍ବିତ ରାତି ରେ କୌଣସି ଏକ ଅଜଣା ହିଂସ୍ର ଜନ୍ତୁ ଛେଳି ଓ ମେଣ୍ଡା ଖାଇ ଦେଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗାଁ ର ସୁନୀଲ ହଳଦାର ଛେଳି ମେଣ୍ଢା ଚାଷ କରନ୍ତି । ବର୍ତମାନ ତାଙ୍କ ପାଖରେ ପାଖାପାଖି ୧୭୦ ଗୋଟି ଛେଳି ଓ ମେଣ୍ଡା ରଖିଛନ୍ତି । ସେହି ଛେଳି ମେଣ୍ଡା କୁ ଗତକାଲି ଵିଲୋମ୍ବିତ ରାତି ରେ କୋଣସି ଅଜଣା ଜନ୍ତୁ ଆସି କେବଳ ଛେଳି, ମେଣ୍ଡା ମାନଙ୍କ ର କେବଳ ଛୁଆ ଙ୍କୁ ହିଁ ଆକ୍ରମଣ କରି ନେଇ ଛେଳି ଗୁହାଳ ଠାରୁ ୫୦/୬୦ ମିଟର ଦୂରତ୍ୱ ରେ ଚାଷ ଜମି ମାନଙ୍କ ରେ ପ୍ରାୟ ଦୁଇ ତିନି ଏକର ଜମି ଭିତରେ ଛେଳି, ମେଣ୍ଡା ଛୁଆ ମାନଙ୍କ ର କ୍ଷତବିକ୍ଷିତ ମୋର ଶରୀର କୁ ଫୋପାଡ଼ି ଦେଇଯାଇଛି । ୭ ଗୋଟି ଛେଳି ଛୁଆ ଓ ୪୦ ଗୋଟି ମେଣ୍ଡା ଛୁଆ ଙ୍କୁ ଛେଳି ଗୁହାଳ ରୁ ଆକ୍ରମଣ କରି ନେଇ ଶରୀର କିଛି ଅଂଶ ଖାଇ ଅଧା ଶରୀର ଚାଷ ବିଲ ରେ ଫୋପାଡ଼ି ଦେଇଛି । ଠିକ ସେହିପରି ସମ୍ପୃକ୍ତ ଗାଁ ର ଅନ୍ୟ ଚାଷୀ ଆଶିତ ବାରିକଙ୍କ ୧୨ ଗୋଟି ଛେଳି ମାନଙ୍କ ମଧ୍ୟ୍ୟ ରୁ ଗୋଟିଏ ଛେଳି କୁ ମଧ୍ୟ ଆକ୍ରମଣ କରିଛି । ଜାଫଳରେ ସ୍ଥାନୀୟ ଅଞ୍ଚଳ ରେ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି । କାଳେ ଭବିଷ୍ୟତ ରେ ପଶୁ ମାନଙ୍କ ଛାଡି ମଣିଷ ମାନଙ୍କୁ ଆକ୍ରମଣ କରିବ ବୋଲି । ଏ ନେଇ ଘୋଟଣା ସମ୍ପର୍କ ରେ ଖବର ପାଇ କାଲିମେଳା ପଶୁ ଡାକ୍ତର ଖାନା ର ବ୍ଲକ ଭେଟେନେରୀ ଅଫିସର ଡ଼କ୍ଟର ବିଜନ ମହାଳିକ, ଭି ଏସ ଏ ଯଶବନ୍ତ କୁମାର କୁମୁଟି, ଏଲ ଆଇ ସୁରେନ୍ଦ୍ର ଦାସ, ଓ ପ୍ରାଣୀ ମିତ୍ର ରିଙ୍କୁ ରଙ୍ଗ ଓ ଜନନୀ ସରକାର ପ୍ରମୁଖ ଯାଇ କ୍ଷତବିଖ୍ୟାତ ଛେଳି, ମେଣ୍ଡା ଛୁଆ ଙ୍କ ଯାଞ୍ଚ କରୁଛନ୍ତି । କେଉଁ ଜନ୍ତୁ ଙ୍କ ଦ୍ୱାରା ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ସେ ନେଇ ଘଟଣା ସ୍ଥଳରେ ଆସିଥିବା ହିଂସ୍ର ଜନ୍ତୁ ର ପାଦ ଚିନ୍ହ ଓ ନଖ କୁ ନେଇ ତଦନ୍ତ କରୁଅଛନ୍ତି । ଅନ୍ୟପଟେ କାଲିମେଳା ବନ ବିଭାଗ ରେଞ୍ଜର ଟଙ୍କଧର ଦାସ ମଧ୍ୟ ଘଟଣା ସ୍ଥଳରେ ପହଂଚି ଘୋଟଣା ର ତଦନ୍ତ କରୁଅଛନ୍ତି ।