ପ୍ରଭୁ ବଳରାମଙ୍କର ଜନ୍ମନୀତି : ମହାଆଡମ୍ବରରେ ହେଉଛି ଶ୍ରୀ ବଳରାମଙ୍କ ପୂଜାର୍ଚ୍ଚନା

0

ଖୋର୍ଦ୍ଧା : (ରାକେଶ କୁମାର ଜଗଦେବ)ଓଡିଶା ହେଉଛି ଐତିହ୍ୟ ସହ ସଂସ୍କୃତିର ରାଜ୍ୟ। ବାର ମାସରେ ତେର ପରବ ପାଳନ ହୋଇଥାଏ । ସେଥି ମଧ୍ୟରୁ ଗହ୍ମା ପୁନେଇଁ ବା ରକ୍ଷା ବନ୍ଧନ ଉତ୍ସବ ଅନ୍ୟତମ । ଏହି ରକ୍ଷା ବନ୍ଧନ ଉତ୍ସବ ଅବସରରେ ଓଡ଼ିଶାର ପୁର ପଲ୍ଲୀ ହୋଇ ଉଠିଛି ଉତ୍ସବ ମୁଖର। ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧେ ଆଉ ଭାଇ ସାରା ଜୀବନ ତାକୁ ରକ୍ଷା କରେ । ସେଥିପାଇଁ ଦେବତାଙ୍କ ମନ୍ଦିରରେ ମଧ୍ୟ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଅଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବଳରାମ ଦେବଙ୍କ ମନ୍ଦିର ରେ ଆଜି ସକାକେ ଗହ୍ମା ପୁନେଇଁ ପର୍ବ ବା ବଲଭଦ୍ରଙ୍କ ଜନ୍ମ ନୀତି ପାଳିତ ହୋଇ ଯାଇଛି। ଭୋର ସମୟରେ ପ୍ରଭୁ ବଳରାମ ଙ୍କ ଦ୍ୱାର ଫିଟା ନୀତି ପରେ ସ୍ନାନ ଆଦି ନୀତି ସମ୍ପନ୍ନ କରାଯାଇଥିଲା। ପରେ ପ୍ରଭୁଙ୍କୁ ନୂତନ ବସ୍ତ୍ର ଲାଗି କରାଯାଇ ବୈଦିକ ରୀତି ନୀତିରେ ପୂଜା ପାଠ ସମ୍ପନ୍ନ କରାଯାଇଥିଲା।ପ୍ରଭୁ ବଳରାମ ଙ୍କୁ ରାଖୀ ବାନ୍ଧିଥିଲେ ପୂଜକ। ଢେର ନିଷ୍ଠାର ସହ ଚାଲିଛି ରୀତି ନୀତି, ସନ୍ଧ୍ୟା ସମୟରେ ବହୁ ଭକ୍ତ ସମାଗମ ହୋଇ ଠାକୁରଙ୍କ ଆଶୀର୍ବାଦ ନେବାର ବିଧି ରହିଛି ।କଥାରେ ଅଛି ଶ୍ରୀ ମନ୍ଦିରରେ ବଡ଼ ଭାଇ ବଳଭଦ୍ର ଙ୍କୁ ଦର୍ଶନ କରିବା ଯାହା ପ୍ରଭୁ ବଳରାମ ଙ୍କର ଆଶୀର୍ବାଦ ଲାଭ କରିବା ସେହିଭଳି ପୁଣ୍ୟ ବହନ କରିଥାଏ। ଏଥିପାଇଁ ଏହି ପୁରାତନ ପୀଠର ରହିଛି ଢେର ମାହାତ୍ମ୍ୟ।