ବଢୁଛି ଗୋଦାବରୀ ଜଳସ୍ତର , ଆନ୍ଧ୍ର ଓ ତେଲେଙ୍ଗାନାରେ ଜୀବନ ଅସ୍ତବ୍ୟସ୍ତ

0

କାଲିମେଳା : ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀର ଜଳସ୍ତର ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଫଳରେ ସୀମାନ୍ତ ମୋଟୁ ଠାରୁ ବିଜୟୱାଡ଼ା କରିଡର ୩୨୬ ନମ୍ବର ଜାତିୟ ରାଜପଥରେ ଯାତାୟତ ବନ୍ଦ ରହିଛି । କୁଇଗୁର ବ୍ରିଜ଼ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି । ଯାହା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି ଶତାଧିକ ଗାଡି । ବନ୍ୟାଜଳରେ ଅନେକ ଗାଁ ପାଣିରେ ବୁଡିବାକୁ ଲାଗିଛି । ପ୍ରାଣ ବିକଳରେ ଗାଁ ଲୋକ କେହି ଘର ଉପରେ ତ କେହି ଗଛ ଉପରେ ଚଢି ଆଶ୍ରୟ ନେଉଛନ୍ତି ।

ଆନ୍ଧ୍ରା ଜିଲ୍ଲାପାଳ ଆନ୍ଧ୍ରାର ବାଦ୍ରାଦ୍ରି କତାଗୁଡେମ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି । ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧିପାଇ ୫୫ ଫୁଟରେ ପହଞ୍ଚିଛି ।ଆନ୍ଧ୍ର ପ୍ରଶାସନ ପକ୍ଷରୁ ବାଦ୍ରାଚେଲାମର କତାକଲୋନୀ, ଆୟାପା କଲୋନୀ, ଦୁମାଗୁଡେମ ବ୍ଲକର ଚୁନାମବାଟି ଏହି ସବୁ ଗାଁରୁ ୪୦୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ବର୍ଷା ଓ ବନ୍ୟା ପ୍ରଭାବିତ ହୋଇ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେର୍ଡ଼ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ମାଲକାନଗିରି ଠାରୁ ମୋଟୁ ସ୍ଥିତି ସ୍ୱାଭାବିକ ରହିଛି ।