ବୁରୋ: ଆମେରିକାର ନ୍ୟୁଜର୍ସି ସିନେଟର ବବ୍ ମିନେଣ୍ଡେଜଙ୍କ ଘରୁ ନଗଦ ୪୮୦,୦୦୦ ଡଲାର୍ ଓ ୧୦୦,୦୦୦ ଡଲାର୍ ମୂଲ୍ୟର ସୁନା ଇଟା ଜବତ କରାଯାଇଛି। ଲାଞ୍ଚ ନେଇଥିବା ଅଭିଯୋଗରେ ଶୁକ୍ରବାର ଦିନ ଆମେରିକାର ନ୍ୟୁଜର୍ସି ସିନେଟର୍ ବବ୍ ମିନେଣ୍ଡେଜ୍ ଓ ତାଙ୍କ ସ୍ତ୍ରୀ ନାଦିଆନ୍ ମିନେଣ୍ଡେଜଙ୍କୁ ଅଭିଯୁକ୍ତ କରାଯାଇଛି। ଏବଂ ତାଙ୍କ ଘରୁ ଏସବୁକୁ ଜବତ କରାଯାଇଛି । ସିନେଟ୍ର ବୈଦେଶିକ ସମ୍ପର୍କ କମିଟିର ଅଧ୍ୟକ୍ଷ ଥିବା ବବ୍ ମିନେଣ୍ଡେଜ୍ଙ୍କୁ ଗତ ୧୦ ବର୍ଷରେ ୨ଥର ଅଭିଯୁକ୍ତ କରାଗଲାଣି। ପ୍ରଥମ ଅଭିଯୋଗରେ ସେ ସରକାରୀ ସହାୟତା ପ୍ରତିବଦଳରେ ଧନୀ ପୃଷ୍ଠପୋଷକଙ୍କଠାରୁ ମାଗଣା ଘରୋଇ ବିମାନ ଯାତ୍ରା, ପ୍ରଚାର ଅଭିଯାନ ପାଇଁ ଅର୍ଥ ଓ ଅନ୍ୟାନ୍ୟ ଲାଞ୍ଚ ଗ୍ରହଣ କରୁଥିଲେ ବୋଲି ଦର୍ଶାଯାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କିନ୍ତୁ ବିଚାର ବିଭାଗୀୟ ମତପାର୍ଥକ୍ୟ ଯୋଗୁଁ ତାଙ୍କ ଉପରେ ଦଣ୍ଡାଦେଶ ହୋଇ ପାରିଲା ନାହିଁ। କିନ୍ତୁ, ଏଥର ବିଚାର ବିଭାଗ ମିନେଣ୍ଡେଜ୍ଙ୍କ ବାସଭବନରୁ ଲୁଚାଯାଇଥିବା ନଗଦ ଅର୍ଥ ଓ ସୁନା ଇଟା ଜବତ କରିଛି।