( ବରଗଡ / ଚତ୍ତରଞ୍ଜନ ସାହୁ): ବରଗଡ଼ ଜିଲ୍ଲା ବରପାଲି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଡକାୟତି, ଚୋରି ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିନ ଦ୍ବି ପ୍ରହରରେ ବରପାଲି ଥାନା ମହଦା ଗାଁ ରାସ୍ତାରେ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟି ଦୃବୃର୍ତ୍ତ ଫେରାର ହୋଇଯାଇଥିଲା । ବରପାଲି ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଝୁପୁଡ଼ିପଡ଼ାର ଦୟାସାଗର ଛତରିଆ । ଅଭିଯୁକ୍ତଙ୍କଠାରୁ ପୋଲିସ ଲୁଟ ସୁନାଚେନକୁ ଉଦ୍ଧାର କରିବା ସହ ଏକ ବାଇକକୁ ଜବତ କରିଛି । ଏନେଇ ବରପାଲି ଥାନାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଳାଣ କରିଛି । ତେବେ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ସୁବର୍ଣ୍ଣପୁର ଥାନାରେ ୫ଟି ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଥିବା ବରପାଲି ଥାନା ଆଇଆଇସି ରୋଜାଲିନ ପଟେଲ କହିଛନ୍ତି ।