ମନ୍ଦିରକୁ ଯାଉଥିବା ବେଳେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ୍

0

ଜୟପୁର:  ମହିଳାଙ୍କ ବେକରୁ ସୁନା ଚେନ  ଝାମ୍ପିନେଲେ ଦୁର୍ବୃତ୍ତ । ଟାଉନ ଥାନା ଅଞ୍ଚଳରେ  ମନ୍ଦିର ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି ମହିଳା ଜଣଙ୍କ । ଜୟପୁର ଟାଉନ ଥାନା ଅଞ୍ଚଳରେ ଘଟଣା ଘଟିଛି , ଦୁବୁର୍ତ୍ତମାନେ ବାଇକରେ ଆସି ଲୁଟ କରି ପଳାଉଥିବା ସମୟରେ ସ୍ଥାନୀୟ ଲୋକେ ଜଣେ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି । ଜୟପୁର ସହରର ଗୋପବନ୍ଧୁ ନଗର ଅଞ୍ଚଳରେ ଲୁଟ ହୋଇଛି। ମହିଳା ଜଣଙ୍କ ସ୍ଥାନୀୟ ଶିବ ମନ୍ଦିରକୁ ଯାଇ ଦର୍ଶନ କରି ଫେରୁଥିବା ସମୟରେ ପୂର୍ବରୁ ଜଗି ବସିଥିବା ଦୃର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି ।  ଏନେଇ ତଦନ୍ତ କରୁଛି ପୋଲିସ ।