ସୁନା ମୁକୁଟ, ଆଖିପତା, ନାକ ନୁଥ, ଟିକିଲି ଦାନ କଲେ ଭକ୍ତ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ : ଭକ୍ତର ଇଚ୍ଛା, କଷ୍ଟ, ଦୁଃଖ, ଅଭାବକୁ ପୂରଣ କରିବା ପାଇଁ ଭଗବାନ ଆଶୀର୍ବାଦ ଦିଅନ୍ତି । ଭଗବାନ କାହାର କେତେ ବେଳେ ମନସ୍କାମନା ପୂରଣ କରନ୍ତି ତାହା ଜାଣିବା ଅସମ୍ଭବ । ଆଉ ଭକ୍ତର ଇଚ୍ଛା ପୂରଣ ହେଲେ ଭକ୍ତ ଖୁସି ଏବଂ ସାମର୍ଥ୍ୟ ମୁତାବକ ମନ୍ଦିର ହେଉ ଅବା ଭଗବାନଙ୍କୁ ଦାନ କରନ୍ତି । ଏମିତି ଏକ ବ୍ୟକ୍ତି ମା’ତାରିଣୀଙ୍କୁ ଦାନ କରିଥିଲେ ସୁନାର ମୁକୁଟ । ଯାହା ଏବେ ଚର୍ଚ୍ଚାରେ ।
ଜଣେ ଭକ୍ତ ମା’ଙ୍କୁ ଦାନ କରିଛନ୍ତି ସୁନାର ମୁକୁଟ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ସୁନା ମୁକୁଟ ମାଙ୍କ ମଥାରେ ବି ବେଶ୍ ଶୋଭା ପାଉଛି । ଖାଲି ମୁକୁଟ ନୁହେଁ ମା’ଙ୍କ ଆଖିପତା, ନାକ ନୁଥ, ଟିକିଲି ମଧ୍ୟ ସୁନାର ଦାନ କରିଛନ୍ତି ।
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କୁ ଜଣେ ଭକ୍ତ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଛନ୍ତି । ସୁନା ମୁକୁଟର ଓଜନ ୪୪୫ଗ୍ରାମ ୪୭୦ ମିଲିଗ୍ରାମ ଏବଂ ଅନ୍ୟାନ୍ୟ ଦୈନଦିନ ବ୍ୟବହୃତ ଅଳଙ୍କାର ୨୫ ଗ୍ରାମ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ଭକ୍ତ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲ । ମା’ଙ୍କ ନିକଟରେ ସେ ମାନସିକ ରଖିଥିଲେ । ମନସ୍କାମନା ପୂର୍ଣ୍ଣ ହେବା ପରେ ପାଖାପାଖି ୫୦ ଲକ୍ଷ ଟଙ୍କାର ସୁନା ଦାନ କରିଛନ୍ତି ।