ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଅଳଙ୍କାର ଜବତ

0

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଅଳଙ୍କାର ଜବତ ।  ବିମାନ ବନ୍ଦର ସମ୍ମୁଖରୁ 24କିଲୋ ସୁନା ଅଳଙ୍କାର ଜବତ କଲା CT GST । ଜବତ ସୁନା ଅଳଙ୍କାର ଭିତରୁ 4କିଲୋ ସୁନାର ତଥ୍ୟ ପାଉନି CT GST ବିଭାଗ । ଟ୍ୟାକ୍ସ ଇନ ଭଏସ ଓ ଉପଯୁକ୍ତ ବିଲ ନଦେଖେଇ ପାରିବାରୁ ଜବତ ହୋଇଛି ସୁନା ଅଳଙ୍କାର । ସିକୁଏଲ ଲଜିସ୍ଟିକ ସଂସ୍ଥା ଆଣୁଥିଲା ସୁନା ଅଳଙ୍କାର । କିଛି ଦିନ ତଳେ 30କିଲୋ ସୁନା ଅଳଙ୍କାର ବିମାନବନ୍ଦର ସମୁଖରୁ ଜବତ ହୋଇଥିଲା । ଯେଉଁଥିରେ ଅଢେଇ କିଲୋ ସୁନା ଅଳଙ୍କାର ର ତଥ୍ୟ ପାଇ ନଥିଲା ସିଟି ଜିଏସଟି ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୬ ତାରିଖରେ ଅନୁରୂପ ଭାବେ ଜିଏସ୍‌ଟି ବିଭାଗ ଭୁବନେଶ୍ବର ବିମାନବନ୍ଦର ବାହାରୁ ୨ଟି ଘରୋଇ ପରିବହନ ସଂସ୍ଥାର ଗାଡ଼ିରୁ ୩୦ କେଜି ସୁନା ଓ ରୁପା ୨୦୦ କେଜି ଜବତ କରାଯାଇଥିଲା ।  କିନ୍ତୁ ଛାନ୍‌ଭିନରୁ ଜଣାପଡ଼ିଥିଲା ଯେ ୪ କେଜି ସୁନା ଓ ୧୨୦ କେଜି ରୁପାର ଚାଲାଣ ରେକର୍ଡ ମେଳ ଖାଇନଥିଲା ।  ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଚାଲାଣ ରେକର୍ଡ ଠିକ୍ ନଥିବା ସୁନା ଓ ରୁପାକୁ ଏବେ ବି କାହାକୁ ହସ୍ତାନ୍ତର କରାଯାଇନାହିଁ। ପାର୍ବଣ ଋତୁ ଥିବାରୁ ବ୍ୟବସାୟୀମାନେ ଅଧିକ ସୁନା ବ୍ୟବସାୟ ପାଇଁ ଆଣୁଛନ୍ତି।