ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

0

ଭୁବନେଶ୍ୱର: ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଥିବା ବିଧାନସଭାରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ । ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା (GSI) ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି ।  କେଉଁଝର ଜିଲ୍ଲାର ଗୋପୁର– ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁଁ ସେ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା (GSI) ଓ ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟ ର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି।

ଅନୁସନ୍ଧାନକାରୀ ସଂସ୍ଥାମାନେ ଚୁଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା