ଭୁବନେଶ୍ୱର: ହୁ ହୁ ହୋଇ ଚାଲିଛି ସୁନା ଦର । ଗତ କିଛି ଦିନ ମଧ୍ୟରେ ବଢୁଥିବା ସୁନାଦର ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପ୍ରିଲ ୧୬ ଅର୍ଥାତ ବୁଧବାର ସୁନାଦର ଆକାଶ ଛୁଆଁ ହୋଇଛି ।
୨୪ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପ୍ରତି ୯୬,୧୭୦ ଟଙ୍କା ରହିଛି । ଗତକାଲି ଏହି ୯୫,୧୮୦ ଟଙ୍କା ରହିଥିଲା । ଏଥିରେ ୯୯୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ ସୁଦା ୧୦ ଗ୍ରାମକୁ ୮୮,୧୫୦ ଟଙ୍କା ରହିଛି । ଗତକାଲି ଏହା ୮୭,୨୦୦ ଥିଲା ଲଥିରେ ୯୫୦ ଟଙ୍କା ବୃଦ୍ଧି ହୋଇଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୬, ୧୭୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୮ ,୧୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୬, ୩୨୦ ଟଙ୍କା ଓ ୨୨ କ୍ୟାରେଟ୍ ୮୮,୩୦୦ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୬, ୧୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୮୮,୧୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୬, ୧୭୦ ଓ ୮୮ ,୧୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦,୦୦୦ ଟଙ୍କା ହୋଇଛି ।