ଭୁବନେଶ୍ବର: ଚିନ୍ତା ବଢାଇଛି ସୁନା ଦର । ଲକ୍ଷେ ମୁହାଁ ମାଡିଛି । ସୁନା ଦର ଗତ କିଛି ଦିନ ମଧ୍ୟ ପାଖାପାଖି ୬୦୦୦ ଭଳି ବୃଦ୍ଧି ହୋଇଥିବା ବେଳେ ୯୫ ହଜାର ଡେଇଁଛି । ହେଲେ ଆଜି ଟିକିଏ କମିଛି ସୁନା ଦର । ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ସୁନା ଦର ପ୍ରାୟ ୧୫୦ ଟଙ୍କା ହ୍ରାସ ପାଇଛି ।
ତେବେ ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୫, ୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୭ ହଜାର ୫୫୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫ ହଜାର ୫୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୭ ହଜାର ୫୫୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୫, ୫୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୭ ,୫୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୫, ୬୬୦ ଟଙ୍କା ଓ ୨୨ କ୍ୟାରେଟ୍ ୮୭,୭୦୦ଟଙ୍କା ରହିଛି ।