ଭୁବନେଶ୍ୱର: ଚାଲିଛି ବିବାହ ଋତୁ । ଏପଟେ ହୁହୁ ହୋଇ ବଢୁଛି ସୁନା ଦର । ସେପଟେ ଚିନ୍ତାରେ ଗ୍ରାହକ । ଆଉ ଏହାରି ଭିତରେ ଆଜି ସାମାନ୍ୟ କମିଛି ସୁନା ଦର । ତେବେ ଏହା ଗତ କାଲିଠାରୁ ସାମାନ୍ୟା ହ୍ରାସ ଘଟିଛି ।
ଗତକାଲି ରାଜଧାନୀ ଭୁବନେଶ୍ୱରରେ ଭରିଏ ୨୨କ୍ୟାରେଟ୍ ସୁନା ଦର ୮୦ ,୧୦୦ଟଙ୍କା ଥିବା ବେଳେ ଆଜି ଏହା ହ୍ରାସ ପାଇ ୭୯,୪୦୦ ଟଙ୍କାରେ ପହଞ୍ଚିଛି ।
ସୂଚନା ଅନୁଯାୟୀ, ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୬ହଜାର ୬୭୦ ଟଙ୍କା ରହିଥିବା ବେଳେ ୨୨କ୍ୟାରେଟ ସୁନା ମୂଲ୍ୟ ୭୯ହଜାର୪୦୦ଟଙ୍କା ଛୁଇଁଛି । ସେହିପରି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୮୬ହଜାର୬୭୦ ଟଙ୍କା ରହିଥିବା ବେଳେ ୨୨କ୍ୟାରେଟ ସୁନା ଦର ୭୯ ହଜାର ୪୦୦ ଟଙ୍କା ରହିଛି । ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା ୯୯,୫୦୦ଟଙ୍କା ରହିଛି ।