ନୂଆଦିଲ୍ଲୀ : ସୁନା ବଜାରରେ ଲାଗିଲା ନିଆଁ । ହୁ ହୁ ହୋଇ ବଢିଲା ସୁନା ଦର । ବିବାହ ଋତୁରେ ଅହେତୁକ ଭାବେ ସୁନା ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି । ୮୦ ହଜାର ପାର୍ କଲା ସୁନା ଦାମ୍ । ୨୪ କ୍ୟାରେଟ୍ ସୁନା ଦାମ୍ ରେକର୍ଡ ଭାଙ୍ଗିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୨,୪୨୦ ଟଙ୍କା । ଗତକାଲି ଏହା ୮୨,୦୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୫,୫୫୦ ହୋଇଛି । ଗତକାଲି ଏହା ୭୫,୨୫୦ ଟଙ୍କା ଥିଲା । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୬୧,୮୨୦ ଟଙ୍କା । ଗତକାଲି ଏହା ୬୧,୫୭୦ ଟଙ୍କା ଥିଲା । ସେହିପରି ରୁପା ଦାମ୍ରେ ମଧ୍ୟ ପରିବର୍ତ୍ତନ ହୋଇଛି। ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୫୦୦ ରହିଛି। ଗତକାଲି ଏହା ୧୦,୪୦୦ ଥିଲା।