ନୂଆଦିଲ୍ଲୀ: ଦୁଇ ଦିନ ବଢିବା ପରେ ଏବେ କମିଛି ସୁନାର ଦାମ । ଭାରତୀୟ ସରଫା ବଜାରରେ ସୁନା ଦର ଖସିଥିବା ଦେଖାଯାଇଛି । ପରିବର୍ତ୍ତିତ ସୁନାର ଦର ୧୦ ଗ୍ରାମ ପିଛା ୪୬ ହଜାର ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ୧୦ ଗ୍ରାମକୁ ୪୬,୪୮୦ ଥିଲା ସୁନାର ଦର । ସୁନା ସହିତ ରୂପା ଦର ମଧ୍ୟ ତଳକୁ ଖସିଛି । ରୂପା କିଲୋ ପ୍ରତି ୬୨,୪୧୭ରୁ ଖସି ୬୨ ହଜାର ପାଖାପାଖିରେ ଅଟକିଛି । ତେବେ ଅନ୍ତର୍ଜାତୀୟ ବଜାରରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ମାର୍କେଟରେ ସୁନାର ଦାମ ବଢିଥିବା ବେଳେ ରୂପା ଦରରେ ଏତେଟା ପରିବର୍ତ୍ତନ ଦେଖାଯାଇନାହିଁ ।
ଦିଲ୍ଳୀ ସରଫା ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୫୨ ଟଙ୍କା କମି ୪୬ ହଜାର ଟଙ୍କା ଉପରେ କାରବାର ହୋଇଛି । ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତା ବିଶିଷ୍ଟ ସୁନାର ଦର ୪୬,୩୨୮ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ବନ୍ଦ ହୋଇଛି । ଭାରତୀୟ ସରଫା ବଜାର ତୁଳନାରେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ବୃଦ୍ଧି ପାଇବା ସହ ୧୭୮୭ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଯାଇଛି । ଆଜି ରୂପା ଦାମ ମଧ୍ୟ କମିଛି । ସରଫା ବଜାରରେ ଆଜି ସିଲଭର ପ୍ରାଇସରେ ୨୮୬ ଟଙ୍କା ହ୍ରାସ ପାଇଛି । ଏହା ସହ କିଲୋ ପ୍ରତି ରୂପାର ମୂଲ୍ୟ ୬୨,୪୧୭ ଟଙ୍କାରେ ପହଞ୍ଚିଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ରୂପା ଦାମରେ ସେତେଟା ପରିବର୍ତ୍ତନ ହୋଇନଥିବା ବେଳେ ୨୩.୭୪ ଡଲାର ପ୍ରତି ଆଉନ୍ସରେ କାରବାର ବନ୍ଦ ହୋଇଛି ।