(ପ୍ରିୟଦର୍ଶନୀ ସ୍ୱାଇଁ): ଶ୍ରାବଣ ମାସ ହେତୁ ଦେଶର ସମସ୍ତ ଶୈବପୀଠରେ କାଉଁରିଆଙ୍କ ଭିଡ଼ ଜମିବାରେ ଲାଗିଛି । ଏହି ପଦଯାତ୍ରାରେ ଅନେକ ବିଶିଷ୍ଠବ୍ୟକ୍ତି ମଧ୍ୟ ଜଳାଭିଷେକ କରିବା ପାଇଁ ନିଜକୁ ସାମିଲ କରିଥାନ୍ତି । ଏଥିରୁ ବାଦ ପଡ଼ିନାହାନ୍ତି ଉତ୍ତର ପ୍ରଦେଶର ଗୋଲ୍ଡେନ ବାବା । ସୁନାରେ ଛାଉଣୀ ଗୋଲ୍ଟେନ ବାବା ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଦୀର୍ଘ ୨୬ବର୍ଷ ହେବ ଏହି ପଦଯାତ୍ରାରେ ସାମିଲ ହୋଇ ଜଳାଭିଷେକ କରୂଛନ୍ତି ବାବା । ତେବେ କାଉଡିଆଙ୍କ ମଧ୍ୟରେ ବାବାଙ୍କ ବିଶେଷତ୍ୱ କି ଏହି ପଦଯାତ୍ରାରେ ମଧ୍ୟ ସେ ସୁନା ଆଭୁଷଣରେ ବିଭୁଷିତ ।
ପୂର୍ବରୁ ବାବା ପ୍ରତିବର୍ଷ ୨୬କିଲୋର ସୁନା ପିନ୍ଧି ଆସୁଥିଲେ । ଚଳିତ ବର୍ଷ କିନ୍ତୁ ଏଥିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ବାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେତୁ ସେ ୧୬ କିଲୋଗ୍ରାମର ସୂନା ଅଳଙ୍କାର ପରିଧାନ କରିଛନ୍ତି । ଗହଣାଗୁଡିକରେ ରହିଛି ଚେନ,ପଦକ, ମୁଦି, ବ୍ରେସଲେଟ । ଏବର୍ଷ ଯାତ୍ରା ସମୟରେ ୩୦-୪୦ଜଣ ସେବାୟତଙ୍କ ସହ ଖାଦ୍ୟ,ପାଣି ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି ବାବା ।