ରୋଗରେ ପୀଡିତ ଗୋବିନ୍ଦା

0

(ପ୍ରିୟଦର୍ଶନୀ ସ୍ୱାଇଁ): ନବେ ଦଶକର କମେଡ଼ି କିଙ୍ଗ ଗୋବିନ୍ଦା ଗମ୍ଭୀର ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ତାଙ୍କର କିଛି ଘନିଷ୍ଠ ବନ୍ଧୁ ଏନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ସେମାନଙ୍କ କହିବା କଥା, ଗୋବିନ୍ଦା ବର୍ତ୍ତମାନ ଗମ୍ଭୀର ମାନସିକ ରୋଗରେ ପୀଡ଼ିତ । ଯାହା ପାଇର୍ ତାଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ । ଏପରି କି ସେ କାହା ସହ ବ୍ୟବହାର ଠିକ ରୁପେ କରୁନାହାନ୍ତି, ଟିକେ ଟିକେ କଥାରେ ଚିଡ଼ି ଯାଉଥିବାରୁ ‘ ରଙ୍ଗିଲା ରାଜା’ ଫିଲ୍ମ କ୍ଷତି ସହୁଛି । ଧୀରେ ଧୀରେ ବ୍ୟବହାର ଖରାପ ହେଉଥିବାରୁ ସାଙ୍ଗମାନେ ଦୁରେଇ ଯାଇଛନ୍ତି ବୋଲି ଜଣାପଡ଼ିଛି । ଏହା କେତେ ଦୁର ସତ୍ୟ ତାହା କେବଳ ଗୋବିନ୍ଦା ହିଁ କହିପାରିବେ । ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଗୋବିନ୍ଦା ।
ଗୋବିନ୍ଦା ମୁମ୍ବାଇର ଏକ ପଞ୍ଜାବୀ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅରୁଣ କୁମାର ଆହୁଜା ଓ ମାତାଙ୍କ ନାମ ନିର୍ମଳାଦେବୀ । ତାଙ୍କ ମା ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ । ୨୦୦୪ରେ କଂଗ୍ରେସ ପାର୍ଟିରେ ଯୋଗ ଦେଇ ସାଂସଦ ଭାବେ ନିର୍ବାଚନ ଜିତିଥିଲେ ।