ଆଜି ହେଉଛି ଗୁଡ୍ ଫ୍ରାଇଡେ: ଜଣାନ୍ତୁ କିଛି ରୋଚକ କଥା 

0

(ବ୍ୟୁରୋ) : ଏପ୍ରିଲ୍ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଗୁଡ୍ ଫ୍ରାଇଡେ। ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହା ଏକ ମହତ୍ତ୍ବପୂର୍ଣ୍ଣ ଦିନ। ଖ୍ରୀଷ୍ଟିୟାନ୍ ଧର୍ମଗ୍ରନ୍ଥ ଅନୁସାରେ ଯେଉଁଦିନ ପ୍ରେମ ଏବଂ ଜ୍ଞାନର ବାର୍ତ୍ତା ଦେଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶୁଳୀରେ ଚଢା ଯାଇଥିଲା, ସେହିଦିନ ଶୁକ୍ରବାର ଥିଲା। ଏହି ଦିନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ଏହାକୁ ଗୁଡ଼୍ ଫ୍ରାଇଡେ ଭାବେ ପାଳନ କରାଯାଏ। ଏହିଦିନ ପୃଥିବୀରେ ବଢୁଥିବା ପାପ ପାଇଁ ବଳୀଦାନ ଦେଇ ନିଃଶ୍ବାର୍ଥ ପ୍ରେମର ଉଦାହରଣ ଦେଇଥିଲେ ଯୀଶୁ । ଏହିଦିନ ପ୍ରଭୁ ଯୀଶୁ ବହୁ ଅତ୍ୟାଚାର ଯାତନା ସହ୍ୟ କରି ମାନବଜାତି ପାଇଁ ନିଜ ପ୍ରାଣ ତ୍ୟାଗ କରିଥିଲେ।

ତେବେ ଚାଲନ୍ତୁ ଜାଣିବା ଗୁଡ଼୍ ଫ୍ରାଇଡେ ବିଷୟରେ କିଛି ବିଶେଷ କଥା – 

-ଏହି ଦିନ ଖ୍ରାଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଉପବାସ କରିଥାନ୍ତି।

-ବ୍ରିଟେନ ସମତେ ପଶ୍ଚିମ ଦେଶରେ ଏହି ପର୍ବ ପାଳନ କରାଯାଇଥାଏ।

-ଗୁଡ୍ ଫ୍ରାଇଡେ ଦିନ ଲୋକମାନେ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା କରିଥାନ୍ତି।

-ଶ୍ରଦ୍ଧାଳୁମାନେ ଏହିଦିନ ପ୍ରଭୁ ଯୀଶୁ କ୍ରୁଶ ଉପରେ ତିନି ଘଣ୍ଟା ଧରି ଭୋଗିଥିବା ପୀଡ଼ାକୁ ସ୍ମରଣ କରିଥାଆନ୍ତି।

-ସ୍ଥାନେ ସ୍ଥାନେ ରାତିରେ ଶ୍ରଦ୍ଧାଳୁ ଯୀଶୁଙ୍କ ଛବି ଧରି ଶୋକ ପାଳନ କରିବା ସ୍ବରୂପ ପଦଯାତ୍ରା ବାହାର କରିଥାଆନ୍ତି।

-ଏହିଦିନ ଚର୍ଚ୍ଚରେ ଘଣ୍ଟି ବଜାଯାଏ ନାହିଁ ଏହା ପରିବର୍ତ୍ତେ କାଠରେ ଖଟ୍ ଖଟ୍ କରି ଶବ୍ଦ କରାଯାଏ।

-ଶ୍ରଦ୍ଧାଳୁମାନେ ଏହିଦିନ ଯୀଶୁଙ୍କ ପ୍ରତୀକ କ୍ରଶକୁ ଚୁମ୍ବନ ଦେଇ ପ୍ରଭୁଙ୍କୁ ସ୍ମରଣ କରିଥାଆନ୍ତି।

-ଗୁଡ଼୍ ଫ୍ରାଇଡ଼େ’ରେ ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ଲୋକେ ସାମାଜିକ କାର୍ୟ୍ୟକୁ ପ୍ରୋତ୍ସାହନ ଦେବା ସ୍ବରୂପ ନିଜ ସାମର୍ଥ୍ୟ ଅନୁସାରେ କିଛି ଦାନ କରିଥାଆନ୍ତି।

-ବିଶ୍ବାସ ରହିଛି ଯେ ଗୁଡ୍ ଫ୍ରାଇଡେ ପରେ ରବିବାର ଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇ ଉଠିଥିଲେ। ଏହାକୁ ଇଷ୍ଟର ସନ୍ ଡେ’ ବୋଲି କୁହାଯାଏ।

– ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଯୀଶୁଙ୍କ ଶରଣାପନ୍ନ ହୋଇ ନିଜ ଦୋଷ ସ୍ବୀକାର କରିଥାନ୍ତି । ଯାହାକୁ କନ୍ଫେସନ୍ କୁହାଯାଏ । ବିଭିନ୍ନ ଭାଷାରେ ଅର୍ଥାତ୍ ଓଡିଆ, ମାଲାଲୟମ୍,           ଇଂରାଜୀ ଓ ହିନ୍ଦୀ ଭାଷାରେ ଭିନ୍ନଭିନ୍ନ ସମୟରେ କନ୍ଫେସନ୍ କରିଥାନ୍ତି ।

– ଗୁଡ୍ ଫ୍ରାଇଡେର ତୃତୀୟ ଦିନ ବା ରବିବାର ଦିନ ଯୀଶୁ ଖ୍ରୀଷ୍ଟ ଦ୍ବିତୀୟ ଥର ଜୀବତ ହୋଇଥିବାରୁ ଏହାକୁ ଇଷ୍ଟର ସଣ୍ଡେ କୁହାଯାଇଥାଏ।