ବ୍ୟୁରୋ : ଫ୍ଲିପ୍କାର୍ଟ, ଆମାଜନ ସହ ଫୁଡ୍ ଡେଲିଭରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ବଜେଟ୍ ରେ ଆସିଲା ଖୁସି ଖବର । ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ମୋଦୀ ସରକାର ପରିଚୟ ପ୍ରଦାନ କରିବେ । ଏହା ସହିତ ସେମାନଙ୍କର ଇ-ଶ୍ରମ ପୋର୍ଟାଲରେ ମଧ୍ୟ ପଞ୍ଜୀକରଣ କରାଯିବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ, ସହରୀ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଉଦ୍ଦେଶ୍ୟରେ ଏହା କରାଯିବ । ଏହାର ସୁବିଧା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି କମ୍ପାନୀରେ ଡେଲିଭରୀ କରୁଥିବା କୋଟି କୋଟି କର୍ମଚାରୀଙ୍କୁ ମିଳିବ ।
ଗିଗ୍ ଓ୍ୱାର୍କସଙ୍କ ପାଇଁ ମୋଦୀ ସରକାର ପ୍ରଥମ ଥର ପାଇଁ ବଡ଼ ଘୋଷଣା କରିଛି । ଦେଶର ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ଡେଲିଭରୀ ବୟଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ ବଢିବାରେ ଲାଗିଛି । ତାହା ଦୃଷ୍ଟିରେ ଗିଗ୍ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି ।
ସୂଚନା ମୁତାବକ, ଶ୍ରମ ମନ୍ତ୍ରାଳୟ ଆଗାମୀ ଦିନରେ ୧୦ କୋଟି ରେଜିଷ୍ଟ୍ରେସନ୍ କରିବାକୁ ଯାଉଛି । ଖାସ୍ କରି ଓଲା, ଉବେର, ଆମାଜନ୍, ଫ୍ଲିପକାର୍ଟ ଭଳି କମ୍ପାନୀରେ ପାର୍ଟ ଟାଇମ୍ ଜବ୍ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ ।