ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲା ମାର୍ଚ୍ଚ ୯ ଖେଳାଯିବ । ଭାରତୀୟ ଟିମ୍ ନିଜର ପ୍ରଥମ ମୁକାବିଲା ଫେବ୍ରୁଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । କିନ୍ତୁ ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ନିଷ୍ପତ୍ତି ନେଇଛି । ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଖେଳାଳିଙ୍କୁ ଏକ ଖୁସିଖବର ଦେଇଛି । ବର୍ଡର ଗାଭାସ୍କର ଟ୍ରଫିରେ ପରାଜୟ ପରେ ଖେଳାଳିଙ୍କ ପାଇଁ କଠୋର ହୋଇଥିଲା ବିସିସିଆଇ । ଖେଳାଳିଙ୍କ ପାଇଁ ବିସିସିଆଇର ହୃଦୟ ତରଳିଛି । ବିସିସିଆଇ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟ ବେଳେ ନିଜ ସହ ଫ୍ୟାମିଲିକୁ ରଖିବା ପାଇଁ ଅନୁମତି ଦେଇଛି । ତେବେ ଏଥିପାଇଁ ଗୋଟିଏ ସର୍ତ୍ତ ମଧ୍ୟ ରହିଛି । ଏହି ନିଷ୍ପତ୍ତି ସହ ବିସିସିଆଇର ଫ୍ୟାମିଲି ନିୟମ ଭାଙ୍ଗିଛି । ମିଡିଆ ରିପୋର୍ଟ ଅନୁସାରେ ଯଦି ଖେଳାଳି ଚାହିଁବେ ତେବେ ଟୁର୍ଣ୍ଣାମେଣ୍ଟ ବେଳେ ନିଜ ସହ ନିଜ ପରିବାର ଲୋକଙ୍କୁ ରଖିପାରିବେ । ତେବେ ସର୍ତ୍ତ ଏହା ଯେ କେବଳ ଗୋଟିଏ ମ୍ୟାଚ୍ ପାଇଁ ହିଁ ଏପରି କରିପାରିବେ । କିନ୍ତୁ ପୂର୍ବରୁ ୪୫ ଦିନରୁ ଅଧିକ ବିଦେଶ ଯାତ୍ରା ସମୟରେ ଖେଳାଳିଙ୍କୁ ଦୁଇ ସପ୍ତାହ ପାଇଁ ପରିବାର ଲୋକଙ୍କୁ ସାଙ୍ଗରେ ନେବାର ଅନୁମତି ଥିଲା ।
ଏବେ ଗୋଟିଏ ମ୍ୟାଚ ପାଇଁ ପରିବାରକୁ ସାଙ୍ଗରେ ରଖିପାରିବେ। ସେ ପୁଣି ବିସିସିଆଇର ଅନୁମତି ନେଇ ଯାଇପାରିବେ । ପତ୍ନୀ ଓ ପରିବାର ଅନୁମତି ପାଇଁ ଚୟନ ସମିତି ଅଧ୍ୟକ୍ଷ ଓ ମୁଖ୍ୟ କୋଚଙ୍କ ମଞ୍ଜୁରୀ ଆବଶ୍ୟକ। ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଟୁର୍ଣ୍ଣାମେଣ୍ଟ ଖେଳିବାରେ ପ୍ରତିବନ୍ଧକ ଲାଗିପାରେ ବିଶୃଙ୍ଖଳା କଲେ ଖେଳାଳିଙ୍କ ମ୍ୟାଚ୍ ଫି ମଧ୍ୟ କଟିପାରେ ବୋଲି କୁହାଯାଉଛି ।