ଆସିଲା ଖୁସିଖବର ! ଖୋଲିବ ନନ୍ଦନକାନନ

0

(ଭୁବନେଶ୍ୱର) : ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର । ଖୋଲିବ ନନ୍ଦନକାନନ । ସମସ୍ତ କୋଭିଡ ଗାଇଡ ଲାଇନ ଭିତରେ ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ । ପର୍ଯ୍ୟଟକଙ୍କ ପାଇଁ କୋଭିଡ ଗାଇଡ ଲାଇନ ବାଧ୍ୟତା ମୂଳକ ଥିବା ବେଳେ କୌଣସି ପ୍ରକାର ଥଣ୍ଡା ଜ୍ୱର କାଶ ଥିଲେ ନନ୍ଦନକାନନ ବାରଣ ରହିଛି । ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିଛି । ନନ୍ଦନକାନନ ମଧ୍ୟରେ ଛେପ ପକାଇବାକୁ ବାରଣ କରାଯାଇଛି ।କରୋନା ଦ୍ୱିତୀୟ ଲହର ଯୋଗୁଁ ପଯ୍ୟଟକମାନଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ୨୦୨୧-ମେ ୧ତାରିଖ ଠାରୁ ବନ୍ଦ ରଖିଥିଲେ ନନ୍ଦନକାନନ । ପ୍ରଥମ ଲହର ଲକଡାଉନ ବେଳେ ୨୦୨୦-ମାର୍ଚ୍ଚ ୧୫-ରୁ ୭ମାସ ବନ୍ଦ ହୋଇ ଅକ୍ଟୋବର ୨ତାରିଖରେ ଖୋଲିଥିଲା । କୋଟି କୋଟି ରାଜସ୍ୱ କ୍ଷତି ହେବା ସହିତ, ପଯ୍ୟଟକଙ୍କ ସଂଖ୍ୟା ବି କମିବାରେ ଲାଗିଥିଲା । ଦ୍ୱିତୀୟ ଲହର ଲକଡାଉନରେ ୩-ମାସ ବନ୍ଦ ହୋଇ ଅଗଷ୍ଟ ପ୍ରଥମ ସପ୍ତାହ ରେ ଖୋଲିବାକୁ ଯାଉଛି । ସମ୍ପୂର୍ଣ କୋଭିଡି ଗାଇଡ଼ଲାଇନ ନିୟମ ସାହ ନନ୍ଦନକାନନ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।