ଭୁବନେଶ୍ୱର : ବିଭିନ୍ନ ଜିଲ୍ଲା ଏବଂ ଦେଶରୁ ଆସିଛି ସେମାନଙ୍କ ସ୍ୱତନ୍ତ୍ର ଜିନିଷ ଯାହା ୯ମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମିଳିବ ଚଳିତ ମାସ ୨୧ ତାରିଖରୁ ଠାରୁ ୧-ଜୁଲାଇ ପର୍ଯ୍ୟନ୍ତ, ଜନତା ମୈଦାନରେ ପ୍ରତିଦିନ ୨.୦୦ ରୁ ରାତି ୧୦.୦୦ ଟା ପର୍ଯ୍ୟନ୍ତ | ଏହି ମେଳାରେ ୨୨ ଟି ରାଜ୍ୟ ଏବଂ ୧୦ ଟି ଦେଶ ଭାଗ ନେବେ, ଏହି ବାଣିଜ୍ୟ ମେଳାରେ ରିଅଲ ଇଷ୍ଟେଟ, କନ୍ସଷ୍ଟ୍ରକସନରେ ବ୍ୟବହାର ଉପଯୋଗୀ ଦ୍ରବ୍ୟ, ଫର୍ଣ୍ଣିଚର, ଇଂଟରିୟର, ହୋମ ଡେକୋର, ଗୃହ ଉପଯୋଗୀ ଉପକରଣ, ଜୀବନଶୈଳୀ ଏବଂ ପୋଷାକ, ଅଟମୋବଇଲ, ପ୍ରାଚୀନ ଦ୍ରବ୍ୟ, ସମସ୍ତ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ, ବୁଟୀକ ଓ ବିଉଟି, ଘର ସାଜସଜ୍ଜା ଉପକରଣ, ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରାଚୀନ ଦ୍ରବ୍ୟ, ଭଳି 4000 ରୁ ଉର୍ଦ୍ଧ୍ବ ଜାତୀୟ ଓ ଆନ୍ତର୍ଜାତୀୟ ସାମଗ୍ରୀ ଆପଣ ପାଇ ପାରିବେ ଏହି ୯ମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ। ଏହା ସହ ମନୋରଞ୍ଜନ ନିମନ୍ତେ ପ୍ରତିଦିନ ସଂଧ୍ୟାରେ ଫ୍ୟାଶନ ଶୋ, ଟାଲେଣ୍ଟ ହଣ୍ଟ, ରକ ବ୍ୟାଣ୍ଡ ପ୍ରତିଯୋଗିତା ମାନ ନାମୀଦାମୀ ଓଲିଉଡ ଓ ବଲିଉଡ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯିବ ଯାହାର ମଜ ଆପଣ ସପିଙ୍ଗ ସହ ଉଠାଇପାରିବେ । ୯ମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୪ ରେ ଲକି ଡ୍ର ମାଧ୍ୟମରେ ଫ୍ରିଡମ୍ ଅଏଲ ଓ ୱଣ୍ଡର ୱାଲ୍ଡ,ୱାଟର ପାର୍କ ତରଫରୁ ଆକର୍ଷଣୀୟ ଉପହାର ପ୍ରଶ୍ନ ଭିତ୍ତିକ, ସେଲ୍ଫି ପ୍ରତିଯୋଗିତା ଓ ଅଧିକ କିଣା କିଣି ଉପରେ ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ ମଧ୍ୟ ପାଇ ପାରିବେ।
ଆଜିକାଲି ବହୁଳ ମାତ୍ରାରେ ଦେଖାଯାଉଥିବା ଚାପଗ୍ରସ୍ଥ ଜୀବନ ଶୈଳୀର ପରିବର୍ତ୍ତନ ଓ ପିଲାମାନଙ୍କ ମାନସିକ ଏକାଗ୍ରତା ପାଇଁ ପ୍ରଥମ ଥର ଓଡ଼ିଶାର ପ୍ରତିଷ୍ଠିତ ମନ ବିଜ୍ଞାନୀଙ୍କ ଦ୍ଵାରା ପରାମର୍ଶ ମାଗଣାରେ ନେଇପାରିବେ। (ହଁ ମାଗଣା ପରାମର୍ଶ ପାଇଁ ପଞ୍ଜିକରଣ କରିବା ଆବଶ୍ୟକ) | ୯ମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୪ କୁ ଗୁପ୍ତ| ଇଭେଣ୍ଟ ମ୍ୟାନେଜମେଣ୍ଟ ଆୟୋଜନ କରୁଛନ୍ତି। ସ୍ଥାନୀୟ ରେଡ କ୍ରସ୍ ଭବନଠାରେ ଗୁପ୍ତା ଏଭେଣ୍ଟର ପରିଚାଳନା ଅଧିକାରୀ, ସୁଜିତ୍ କୁମାର ଗୁପ୍ତା, ଡାଇରେକ୍ଟର ପାୟଲ ଆଚାର୍ଯ୍ୟ ଗୁପ୍ତା, କ୍ଲିନିକଲ୍ ସାଇକୋଲୋଜିଷ୍ଟ, ନିବେଦିତା ମହାନ୍ତି, ପ୍ରୋପୋଟୀ ବ୍ରାଣ୍ଡର କାଜଲ ମିଶ୍ର, ଏକଜିକେଟିଭ ଡାଇରେକ୍ଟର ଦୀପକ ମହାନ୍ତି ଉପସ୍ଥିତ ରହି ପ୍ରେସ ମିଟ ରେ ଘୋଷଣା କରିଛନ୍ତି।