(ସୌମ୍ୟ ରଂଜନ ସେଠୀ): ଯାଜପୁର ରୋଡ୍ ଷ୍ଟେସନ୍ରେ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଇଲା ବୋଝେଇ ଟ୍ରେନ୍ଟି ପ୍ଲାଟ୍ଫର୍ମର ୩ ନମ୍ବର ଆଶ୍ରୟ ସ୍ଥଳ ଉପରକୁ ମାଡ଼ିଯାଇଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା । ଗତକାଲି ସିକନ୍ଦରାବାଦ୍ରୁ ହାୱଡ଼ା ଯାଉଥିବା ଫାଲକ୍ନାମା ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୭୦୬୪) କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ନିର୍ଗୁଣ୍ଡି ଷ୍ଟେସନ୍ରୁ ପ୍ରାୟ ଅଧା କିଲୋମିଟର ଯିବା ପରେ ଟ୍ରେନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ରୋର୍ଦ୍ଧାରୋଡ ଷ୍ଟେସନରୁ ଏକ ମାଲଗାଡ଼ି କୋଇଲା ନେଇ ଖଡ଼ଗପୁର ଯାଉଥିବା ବେଳେ ଭୋର ୫ଟା ବେଳେ ଯାଜପୁର- କେନ୍ଦୁଝର ରୋଡ୍ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମ ଦେଇ ଅତିକ୍ରମ କରୁଥିଲା। ତେବେ ହଠାତ ଏହି ମାଲଗାଡ଼ିର ବଗି ଗୁଡ଼ିକ ଢ଼ଳିଯିବା ସହିତ ପ୍ଲାଟ୍ଫର୍ମରେ ଲାଗିଥିବା ସେଡ୍ରେ ଲାଗିଯାଇ ଏହାକୁ ଭାଙ୍ଗି ଦେଇଥିଲା। ପ୍ରାୟ ୭୦ ମିଟରରୁ ଊର୍ଧ୍ୱ ସେଡ ଭାଙ୍ଗି ଖଣ୍ଡଖଣ୍ଡ ହୋଇ ଗଳିପଡ଼ିଥିଲା ପ୍ଲାଟଫର୍ମର ସେଡ୍। ତେବେ ହଠାତ ପ୍ଲାଟଫର୍ମ ଭିତରକୁ କାହିଁକି ବଗିଗୁଡ଼ିକ ଢ଼ଳି ପଡ଼ିଲେ ତାର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି।