୨୦୦ ଆପ୍ସକୁ ପ୍ଳେ ଷ୍ଟୋରରୁ ଡିଲିଟ କଲା ଗୁଗୁଲ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ପୁଣି ଥରେ ପ୍ଳେ ଷ୍ଟୋରୁ ଆପ ଡ଼ିଲିଟ କଲା ଗୁଗୁଲ । ଗୁଗୁଲ ପାଖାପାଖି ୨୦୦ ଆପ୍ କୁ ସୁରକ୍ଷା କାରଣରୁ ପ୍ଳେ ଷ୍ଟୋରରୁ ଡିଲିଟ୍ କରିଦେଇଥିବା ଜଣାପଡିଛି । ଏହି ଆପ୍ କୁ ନେଇ ୟୁଜର୍ସଙ୍କ ସିକ୍ୟୁରିଟି ସମ୍ବନ୍ଧୀୟ ବିପଦ ରହିଥିବା ସହିତ ସିକ୍ୟୁରିଟି ଏଜେନ୍ସି ଚେକ ପଏଣ୍ଟ ଏହି ଆପ କୁ ବିପଦପୂର୍ଣ୍ଣ ବୋଲି କହିଥିଲେ । ଯଦି ଆପଣଙ୍କ ଫୋନରେ ମଧ୍ୟ ଏହି ଆପ ଅଛି ତେବେ ଆପଣ ଯଲଦି ଏହି ଆପ ଗୁଡିକୁ ନିଜ ଫୋନରୁ ଡିଲିଟ କରିଦିଅନ୍ତୁ । ଏହି ଆପ ମାନଙ୍କ ମଧ୍ୟରେ ବିଶେଷ ଭାବେ ଗେମ ଆପ ରହିଛି।