ଗୁଗଲ ପେ’ର ନୂଆ ଫିଚର : ବିନା ଆକାଉଣ୍ଟରେ ହେବ ପେମେଣ୍ଟ !!

0

ବ୍ୟୁରୋ : ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମ ଜନଆଦୃତ ହେବାରେ ଲାଗିଛି । ଘରେ ବସି ଆଙ୍ଗୁଠି ଟିପରେ ସହଜରେ ସବୁ କାମ କରିହେଉଛି । ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମ୍ ଭଳି କମ୍ପାନୀ ୟୁପିଆଇ ପେମେଣ୍ଟ ସର୍ଭିସ ପ୍ରଦାନ କରିଥାଏ । ସେଥିପାଇଁ ବ୍ୟାଙ୍କରେ ଆକାଉଣ୍ଟ ଥିବା ଅନିବାର୍ଯ୍ୟ ଅଟେ । ହେଲେ ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) ନିକଟରେ ୬ଟି ପେମେଣ୍ଟ ଫିଚର ଲଞ୍ଚ୍ କରିଛି । କିନ୍ତୁ ତାହା ବର୍ଷ ଶେଷରେ ୟୁଜର୍ସଙ୍କ ପାଇଁ କାର୍ଯ୍ୟକାରୀ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଜାଣନ୍ତୁ କ’ଣ ରହିଛି ଏସବୁ ନୂଆ ଫିଚର ;
୧. ୟୁପିଆଇ ଭାଉଚର, ଏହା ହେଉଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଫିଚର ଯାହା ୨୦୨୧ରେ ଲଞ୍ଚ୍ ହୋଇଥିଲା । ବର୍ତ୍ତମାନ ଗୁଗୁଲ ପେ ୟୁଜର ଏହାର ବ୍ୟବହାର କରିପାରିବେ । ୟୁପିଆଇ ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ନଥିଲେ ସୁଦ୍ଧା ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରରୁ ଏକ ପ୍ରିପେଡ୍ ଭାଉଚର ଜେନେରେଟ୍ କରିପାରିବେ । ଭିନ୍ନ ଭିନ୍ନ ଟ୍ରାଞ୍ଜାକ୍ସନ ଏବଂ ସେବା ପାଇଁ ଏହି ଭାଉଚରକୁ ବ୍ୟବହାର କରାଯାଇପାରିବ । ଏହି ବିଶେଷ ଫିଚର ପାଇଁ NPCI ଏବଂ ଫାଇନାନସିଆଲ ସର୍ଭିସ ଡିପାର୍ଟମେଣ୍ଟ ସହ ଗୁଗୁଲ ପେ’ ପାର୍ଟନରସିପ୍ କରିଛି ।

୨. ଗୁଗୁଲ ପେ ରିକରିଂ ପେମେଣ୍ଟ କ୍ୟାଟେଗୋରୀରେ ଏଣିକି “ପ୍ରିପେଡ୍ ୟୁଟିଲିଟି” ଆଡ୍ କରିବାକୁ ଯାଉଛି । ବର୍ତ୍ତମାନର ୟୁଜର୍ସ କ୍ୱିକ ଏନର୍ଜି ଆକାଉଣ୍ଟ ନିମନ୍ତେ ନିଜ ଏନର୍ଜି ଆକାଉଣ୍ଟକୁ ଲିଙ୍କ କରିପାରିବେ। ୟୁଜର୍ସଙ୍କ ରିକରିଂ ପେମେଣ୍ଟକୁ ଟ୍ରାକ୍ ଏବଂ ମ୍ୟାନେଜ କରିବା ପାଇଁ ଏକ ସେଣ୍ଟ୍ରାଲାଇଜ୍‌ଡ ପ୍ଲାଟଫର୍ମ ପ୍ରଦାନ କରିବା ଦିଗରେ ଫୋକସ୍ କରୁଛି ଗୁଗଲ ପେ’।

୩.ଏହା ପରେ ଆସୁଛି କ୍ଲିକ୍ ପେ କ୍ୟୁ ଆର୍ ସ୍କାନ୍‌। NPCI ଭାରତ ବିଲ୍ ପେ ସହ ପାର୍ଟନରସିପରେ ଗୁଗୁଲ ପେ କ୍ଲିକ୍ ପେ କ୍ୟୁ ଆର୍ ସପୋର୍ଟର ଘୋଷଣା କରିଛି । ୟୁପିଆଇ ଉପଭକ୍ତା ଏବେ ଆକାଉଣ୍ଟ ଡିଟେଲ୍ସ ପୁରଣ ନକରି ଓ କନଜ୍ୟୁମର ଆଇଡି ବିଷୟରେ ସୂଚନା ନଦେଲେ ମଧ୍ୟ କ୍ୟୁ ଆର୍ କୋଡ୍ ସ୍କାନ୍ କରି ବିଲ୍ ପେମେଣ୍ଟ କରିପାରିବେ ।

୪. କ୍ଲିକ୍ ପେ କ୍ୟୁ ଆର୍ ସ୍କାନ୍‌ ପରେ ଟ୍ୟାପ୍ ଆଣ୍ଡ୍ ପେ । ଗୁଗଲ ପେ NPCI ସହ ପାର୍ଟନରସିପରେ ରୁପେ କାର୍ଡ଼ ସହ ଟ୍ୟାପ୍ ଆଣ୍ଡ୍ ପେ ସୁବିଧା ପ୍ରସ୍ତୁତ କରିଛି । ଜଣେ ବ୍ୟକ୍ତି ରୁପେ କାର୍ଡ଼ ହୋଲ୍ଡର ହୋଇଥିଲେ କାର୍ଡ଼ ସାହାଯ୍ୟରେ ନିଜ ମୋବାଇଲରୁ ସହଜରେ ଫାଷ୍ଟ ଏବଂ ସିକ୍ୟୋର ପେମେଣ୍ଟ କରିପାରିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ଏହା ଯେ, କାର୍ଡ ସମ୍ବନ୍ଧୀୟ କୌଣସି ସୂଚନା ‘ଗୁଗୁଲ ପେ’ରେ ଷ୍ଟୋର୍ ହେବ ନାହିଁ ।

୫.ଆଗାମୀ ଦିନରେ ‘ୟୁପିଆଇ ଲାଇଟ୍ ଅଟୋ ପେ’ର ସୁବିଧା ନେଇ ପାରିବେ ଗୁଗଲ ପେ ୟୁଜର୍ସ।ଏହି ଫିଚର ମାଧ୍ୟମରେ ୟୁପିଆଇ ବାଲାନ୍ସ କମ୍ ହୋଇଗଲେ ଅଟୋମେଟିକାଲି ଟପ୍ ଅପ୍‌(ରିଚାର୍ଜ) ହୋଇଯିବ । ଫଳରେ ୟୁଜର୍ସଙ୍କୁ ମାନୁଆଲି ବାଲାନ୍ସ ଆଡ୍ କରିବାର ଆବଶ୍ୟକତା ପଡ଼ିବ ନାହିଁ ।

୬. ଏସବୁ ପରେ ୟୁପିଆଇ ସର୍କଲ ଫିଚର ମଧ୍ୟ ଗୋଟେ ରହିଛି । ଯାହାର କାମ ପ୍ରାଇମେରୀ ୟୁପିଆଇ ୟୁଜର୍ସଙ୍କ ବ୍ୟତୀତ ସେକେଣ୍ଡାରୀ ୟୁଜର୍ସ ମଧ୍ୟ ଏହି ଆକାଉଣ୍ଟ ବ୍ୟବହାର କରିପାରିବେ । କିନ୍ତୁ ଜଣେ ୟୁଜର ସର୍ବାଧିକ ୫ଜଣ ୟୁଜର୍ସଙ୍କୁ ଆଡ଼ କରିପାରିବେ। ବ୍ୟାଙ୍କ ଆକାଉଣ୍ଟ କିମ୍ବା ଗୁଗୁଲ ପେ ଆକାଉଣ୍ଟ ସୁବିଧା ନଥିବା ୟୁଜର୍ସଙ୍କ ପାଇଁ ଏହି ଫିଚର ବେଶ ଲାଭଦାୟକ ହେବ । ଏଥିରେ ମାସିକ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଲିମିଟ ଅଛି ।