ଗୁହାଳଘରେ ଚାଲିଛି ଶିକ୍ଷାଦାନ ଓ ମଧ୍ୟାନ୍ନ ଭୋଜନ

0

(ଜୟନ୍ତ କୁମାର ସେଠୀ) : ସରାକର କୋଟି କୋଟି ଟଙ୍କା, ସ୍ୱାସ୍ଥ୍ୟ ପରୀମଳ ଓ ପିଲାମାନଙ୍କ ଶିକ୍ଷା ଉପରେ ଖର୍ଚ୍ଚ କରୁଥିବାବେଳେ ତାହା ଜଳେଶ୍ୱର ପଞ୍ଚାୟତରେ ଫେଲ ମାରିଛି ବୋଲି ଅଭିଯୋଗ ହେଇଛି । ପୁରୀ ଜିଲ୍ଲା ନିମାପଡ଼ ବ୍ଲକ୍ ଜଳେଶ୍ୱର ପୁର ପଞ୍ଚାୟତ ଅଙ୍ଗାର ପଡ଼ା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଘର ନ ଥିବାରୁ ଭଡ଼ା ଗୁହାଳରେ ସ୍କୁଲ ଚାଲିଥିବାର ଦେଖିବାକୁ ମିଳିଛି । ଗୋଟିଏ ରୁମ୍ରେ ୩୦ ପିଲାଙ୍କ ଭବିଷ୍ୟତ ନଷ୍ଟ ହେଉଛି । ସରକାର ଡ଼ିଡିମ୍ବ ପିଟୁଛନ୍ତି ସଭିଏଁ ପଢିବେ, ସଭିଏଁ ବଢିବେ ତାର ନମୁନା ଅଙ୍ଗରାପଡ଼ା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଗୋଟିଏ ଗୃହରେ ୫ଟା କ୍ଲାସ, ୨ଟି ଶିକ୍ଷକ , ଗାଈ, ଗୋବର, ପରିଶ୍ରା ଥିବା ବେଳେ ଏହି ଗୃହରେ ୩୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବାର ଦେଖିବାକୁ ମିଳୁଛି । ଗ୍ରମାବାସୀ ଅଭିଯୋଗ କରିଛନ୍ତି ଯେ ଟଙ୍କା ଆସିଛି ହେଲେ ଘର ନାହିଁ ଟଙ୍କା ଗଲା କୁଆଡ଼େ । ଏନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ସ୍କୁଲ ଘର ଯୋଗାଇଦେବାକୁୁ ଦାବୀ ହୋଇଛି । ଅନ୍ୟପଟେ ପିଲାଙ୍କର ଯଦି କିଛି ହୋଇଯାଏ ତେବେ ସରକାର ଦାୟୀ ରହିବେ ବୋଲି ଅଭିଭାବକମାନେ କହିଛନ୍ତି । ଏନେଇ ସରକାରୀ ବାବୁମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଏନେଇ ଜିଲ୍ଲା ପ୍ରଶାସନ କହିଛନ୍ତି ଯେ ଯଦି ଏହି ଅଭିଯୋଗ ସତ ହୋଇଥାଏ ତେବେ ବିଧୀବଧ ଭାବେ କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ସ୍କୁଲ ଘର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଦେଖିବାକୁ ବାକୀ ରହିଲା ଯେ ଜିଲ୍ଲା ପ୍ରଶାସନ କେବେ ସ୍କୁଲ ଗୃହ ଖୋଲିବେ ଏବଂ ଛାତ୍ରଛାତ୍ରୀମାନେ କେବେ ଗୁହାଳରୁ ମୁୁକ୍ତି ପାଉଛନ୍ତି ।