ରାଜ୍ୟସ୍ତରୀୟ ସାହିତ୍ୟ ଆସର ଉଦଘାଟନ

0

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ଯାତ୍ରୀନିବାସ ଠାରେ ଭାଷା ସାହିତ୍ୟ ସଂସ୍କୃତି ବିକାଶ ପରିଷଦ ତରଫରୁ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଚକ୍ର ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ଡ଼ଃ ସୁକେନ୍ଦୁ କୁମାର ମିଶ୍ର, ମୁଖ୍ୟ ଅତିଥି କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଦିପ୍ କୁମାର ପ୍ରଧାନ, ସମ୍ମାନୀୟ ଅତିଥି କବି ବିରନ୍ଦ୍ର ମହାନ୍ତିଙ୍କ ସହ ରାଜ୍ୟର ସତାଧିକ କବି, ଲେଖକ ଓ ଗାଳ୍ପିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମ ଜରିଆରେ ନୃତନ କବି ଓ ଲେଖକମାନଙ୍କୁ କିପରି ଭାବରେ ସମ୍ମାନ ଦେବା, ସାହିତ୍ୟ ଆସରକୁ କିପରି ଭାବରେ ଲୋକଙ୍କ ପାଖରେ ପହଂଚେଇବା ସମେତ ସାହିତ୍ୟ ଓ ଲେଖାକୁ କିପରି ଲୋକମାନେ ଗ୍ରହଣ କରିବେ ତାହା ଆଲୋଚନା ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକାର କବିତା ପାଠ କରାଯାଇଥିଲା। ଉପସ୍ଥିତ କେନ୍ଦ୍ର ସରକାରଙ୍କ ତରଫରୁ ପଦ୍ମଶ୍ରୀ ପାଇଥିବା ପୁରୀ ଜିଲ୍ଲାର କବି ବିରେନ୍ଦ୍ର ମହାନ୍ତିଙ୍କ ପ୍ରତିଭାକୁ ନେଇ ସମସ୍ତ କବି ଓ ଲେଖକଙ୍କ ପାଖରେ ଏକ ଉଦାହରଣ ସୃଷ୍ଟି କରିଥିଲା। ଶେଷରେ ଜିଲ୍ଲା ଓ ରାଜ୍ୟରୁ ଆସିଥିବା କବି ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା। ଭାଷା, ସାହିତ୍ୟ, ସଂସ୍କୃତି ବିକାଶ ପରିଷଦର ସଭାପତି ଭାଗିରଥୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।