ଆଜିଠାରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

0

(ମମତା ସାମଲ)ରିପୋର୍ଟସଟୁଡେ: ଆଜିଠାରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଉତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପ୍ରକ୍ରିୟାରେ ପହଞ୍ଚିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହୋତ୍ସବର ଉଦଘାଟନ କରିବେ । ଚଳିତ ବର୍ଷ ୫ଦିନ ଧରି ଚାଲିବ କଳା ଓ ସଂସ୍କୃତିର ଗୋପାଳପୁର ବେଳାଭୂମି ମହୋତ୍ସବ । ଏହି ବେଳାଭୂମି ମହୋତ୍ସବ ଆଜିଠାରୁ ଆରମ୍ଭ ହେଉଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଶଷ କରାଯିବ । ଓଲିଉଡ଼ର ବିଭିନ୍ନ ଅ୍ରଭିନେତା ଅଭିନେତ୍ରୀ ଯୋଗଦେବା କାର୍ୟ୍ୟକ୍ରମ ରହିଛି । ଆଜି ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ପହଂଚି ସେଠାରୁ ଗୋପାଳପୁର ଯିବେ । ଅପରାହ୍ନ ୪ଟା ବେଳେ ଗୋପାଳପୁର ବେଳାଭୂମି ମହୋତ୍ସବର ଉଦଘାଟନ କରିବେ । ଆଜି ସାଂସ୍କୃତିକ କାର୍ୟ୍ୟକ୍ରମରେ କଣ୍ଠଶିଳ୍ପୀ ସୋନୁ ନିଗମ ଯୋଗଦେବେ ।
ଅନ୍ୟପଟେ ବେଳାଭୂମି ମହୋତ୍ସବରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷାକୁ ଗୁରୁତ୍ୱ ଦେଇଛି ପୋଲିସ । ୪ଜଣ ଅତିରିକ୍ତ ଏସପି, ୧୫ଜଣ ଡିଏସପି, ୧୫୦ଜଣ ଅଫିସରଙ୍କ ସହ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।